ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳିତ

ନାଚୁଣୀ  (ଓଡିଶା ତାଜାନ୍ୟୁଜ ) ନି. ପ୍ର :-  ଦୀନବନ୍ଧୁ ପୁର କ୍ଲଷ୍ଟର୍ ଅନ୍ତର୍ଗତ କହ୍ନେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ନିରାପତ୍ତା ସପ୍ତାହ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମାବେଶରେ ଆକସ୍ମିକ ଦୁର୍ଘଟଣା ଜନିତ ବିଦ୍ୟାଳୟ ପରିସରରେ ବିଭିନ୍ନ ସମ୍ଭାବ୍ୟ ପରିସ୍ଥିତି ସମ୍ପର୍କରେ ସମାଜସେବୀ ତଥା ସେଣ୍ଟ ଜନ୍ ଆମ୍ବୁଲାନ୍ସ ର ଆଜୀବନ ସଭ୍ୟ ଅନନ୍ତ ଚରଣ ଖଟେଇ ପ୍ରଶିକ୍ଷକ ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରଦର୍ଶନ ମାଧ୍ୟମରେ ପ୍ରାଥମିକ ଉପଚାର ସମ୍ପର୍କରେ ବୁଝାଇଥିଲେ ।

ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଟିକିନା କୁମାରୀ ଭାରିମଲ୍ଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବିଶିଷ୍ଟ ଆମନ୍ତ୍ରିତ ଅତିଥି ଭାବେ ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ର ଦିନଚର୍ଯ୍ୟା ରେ ଛାତ୍ର ଛାତ୍ରୀ ମାନଙ୍କ ର ସମ୍ପୂର୍ଣ୍ଣ ସୁରକ୍ଷା ଦାୟିତ୍ବ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉପରେ

ନ୍ୟସ୍ତ ଥିଲେ ହେଁ ପ୍ରତି ଶିକ୍ଷାର୍ଥୀ ଙ୍କ ର ବ୍ୟକ୍ତିଗତ ତଥା ସହପାଠୀ ମାନଙ୍କ ସୁରକ୍ଷା ପାଇଁ ଏହି ପ୍ରାଥମିକ ଉପଚାର ପ୍ରଶିକ୍ଷଣ ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ ବୋଲି କହି ଥିଲେ । ପ୍ରାରମ୍ଭ ରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ତଥା ଇକୋ କ୍ଳବ୍ ତତ୍ତ୍ୱାବଧାରକ ଆଲୋକ କୁମାର ବରାଳ କାର୍ଯ୍ୟ କ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଦୁର୍ଗା ଚରଣ ମହାପାତ୍ର, ସୁନିତା ମହାପାତ୍ର,ଅଶୋକ କୁମାର ମୁଦୁଲି, ସ୍ବାଧୀନ କୁମାର ପ୍ରଧାନ, ରିଙ୍କି ମାଟି ପ୍ରମୁଖ ସହାୟତା କରିଥିଲେ। ପରିଶେଷରେ ଶିକ୍ଷକ ଦୁର୍ଗା ଚରଣ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

Exit mobile version