ବାଲିଗୁଡା (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଚଳିତ ମାସ ୨୭ ତାରିଖ ଗୁରବାର ଦିନ ହେଉଛି ରାକ୍ଷୀପୂର୍ଣ୍ଣିମା। ଭଉଣୀଟିଏ ଯେତେ ଦୂରରେ ଥିଲେ ବି ରାକ୍ଷୀପୂର୍ଣ୍ଣିମାରେ ନିଜ ଭାଇ ପାଇଁ ରାକ୍ଷୀ ପଠାଇବାକୁ ଭୁଲି ନ ଥାଏ। ଭାଇ ଦେଶ ଭିତରେ ଥାଉ କି ଦେଶ ବାହାରେ ଥାଉ ରାକ୍ଷୀ ପଠାଇବା ପାଇଁଭଉଣୀ ଖୋଜେ ମାଧ୍ୟମ। କହିବାକୁ ଗଲେ ରାକ୍ଷୀପୂର୍ଣ୍ଣିମା ହେଉଛି ଗୋଟିଏ ପର୍ବ ଯେଉଁଠି ଭାଇଭଉଣୀର ପବିତ୍ର ସମ୍ପର୍କ କୁ ଦୁରେଇ ପାରି ନଥାଏ ଦୂରତା। ରାକ୍ଷୀପୂର୍ଣ୍ଣିମା ପାଇଁ କିଛି ଦିନ ଆଗରୁ ଭାଇ ଭଉଣୀଙ୍କ ମନରେ ଦେଖା ଦେଇଥାଏ ଉତ୍ସାହ।
