ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସ୍ଯାଣ୍ଡ ଆନିମେସନରେ ଶ୍ରଦ୍ଧାଞ୍ଜଳି

ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :-  ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ତାଙ୍କ ପୁରୀସ୍ଥିତ ଷ୍ଟୁଡିଓରେ ଏକ ସୁନ୍ଦର ବାଲୁକା ଆନିମେସନ୍ ମାଧ୍ୟମରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ମାତ୍ର ଏକ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇଥିବା ଏହି ବାଲୁକା ଆନିମେସନ୍ ମାଧ୍ୟମରେ ମାନସ ସାହୁ ପ୍ରଣବ ପଟ୍ଟନାୟକଙ୍କ ଓଡ଼ିଆ ସଙ୍ଗୀତ ଜଗତ ପ୍ରତି ଅବଦାନ ଓ ଅମର ସ୍ମୃତିକୁ ସମ୍ମାନ ଜଣାଇଛନ୍ତି । ତାଙ୍କର ସୁମଧୁର କଣ୍ଠ ନିରବ ହୋଇଯାଇଥିଲେ ମଧ୍ୟ, ତାଙ୍କ ସଙ୍ଗୀତ ସଦା କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅମର ହୋଇ ରହିବ ।

Exit mobile version