ଧାରଣାରେ ବସିଲେ ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ

ପୁରୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :-  ନିଖିଳ ଓଡ଼ିଶା ବିଦ୍ୟୁତ ମଜଦୂର ମହାସଂଘ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ରେଡକ୍ରସ ରୋଡ ସ୍ଥିତ ଟିପିସିଓଡିଏଲ୍‌ କାର୍ଯ୍ୟାଳୟ ସମ୍ମୁଖରେ ସମୂହ ଧାରଣାରେ ବସିଛନ୍ତି । ସଂଘ ବାରମ୍ବାର ସେମାନଙ୍କ ଦାବି ଜଣାଉଥିଲେ ମଧ୍ଯ ତାହା କାର୍ଯ୍ୟକାରୀ ହେଉନାହିଁ । ବିଭାଗ ନୂଆ ସମସ୍ଯା ତିଆରି କରି ଶ୍ରମିକ ମାନଙ୍କ ଉପରେ ଲଦି ଦେଉଛନ୍ତି । ଟାଟା କମ୍ପାନୀ ଦାୟୀତ୍ବ ଦେଇଥିବା ଏଜେନ୍ସୀ ମାନେ କର୍ମଚାରୀ ଶୋଷଣ ଓ ମାରଣାନୀତି ଯୋଗୁ ଶ୍ରମିକ ଅତିଷ୍ଟ ହେଉଛନ୍ତି ।

ସ୍ଯାମ ଇଣ୍ଡୋସ କମ୍ପାନୀ ଏକ ବର୍ଷ ହେଲାଣି ଶ୍ରମିକ ମାନଙ୍କ ମଜୁରୀ ଦେଇନାହିଁ । ମିଥିଲା ଆଣ୍ଡ ମିଥିଲା କମ୍ପାନୀ ୫ଜଣ ଶ୍ରମିକଙ୍କ ଦରମା ଦୁଇବର୍ଷ ହେଲାଣି ଦେଇନାହିଁ । ସୁଜନେକ୍ସ କମ୍ପାନୀ ଟେଣ୍ଡର ସମସ୍ଯା ସମାଧାନ କରିପାରିନାହିଁ । ସୁଜନେକ୍ସ କମ୍ପାନୀ ୧୮ଦିନ ହେବ ନୂତନ ଭାବେ କାର୍ଯ୍ୟଭାର ନେଇଥିଲେ ମଧ୍ଯ କର୍ମଚାରୀ ମାନଙ୍କୁ ଜୟନିଙ୍ଗ ଲେଟର ଓ ପରିଚୟ ପତ୍ର ଦେଇନାହିଁ ।

ଟ୍ରାଏଡେଣ୍ଟ କମ୍ପାନୀ ବିନା କାରଣରେ ୪ ଜଣ କର୍ମଚାରୀଙ୍କ ଛଟେଇ କରିଛି ଓ ଦରମା କାଟିକରି କର୍ମଚାରୀଙ୍କୁ ଦେଉଛି । ଏହି ଧାରଣା ମହାସଂଘର ସମ୍ପାଦକ ବସନ୍ତ ଦଳାଇଙ୍କ ନେତୃତ୍ବରେ ଶହଶହ କର୍ମଚାରୀ ଧାରଣାରେ ବସିଥିଲେ । ଏ ସମ୍ପର୍କରେ ଭୁବନେଶ୍ବର ଟିପିସିଓଡିଏଲ୍‌ ଏଚଆରଓ, ପୁରୀଜିଲ୍ଲା ଲେବର କମିଶନର, ପୁରୀ ଜିଲ୍ଲାପାଳ, ଟ୍ରାଏଡେଣ୍ଟ କମ୍ପାନୀ,ସୁଜନେକ୍ସ କମ୍ପାନୀ ,ସ୍ଯାମ ଇଣ୍ଡୋସ କମ୍ପାନୀ ଓ ମିଥିଲା ଆଣ୍ଡ ମିଥିଲା କମ୍ପାନୀର ଏଚଆରଓ ମାନଙ୍କୁ ପତ୍ର ମାଧ୍ୟମରେ ଦାବିପତ୍ର ପଠାଇଛନ୍ତି ।

Exit mobile version