ନୂଆଗାଁ ପଞ୍ଚାୟତ ସମିତିର ୧୩ତମ ସାଧାରଣ ଅଧିବେଶନ : ଉନ୍ନୟନମୂଳକ କାର୍ଯ୍ୟ ତୁରନ୍ତ ସମାପନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ଙ୍କ ନିର୍ଦ୍ଦେଶ

ନୂଆଗା (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ୧୩ତମ ସାଧାରଣ ଅଧିବେଶନ ଆଜି ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରଥମେ ପୂର୍ବ ବୈଠକରେ ହୋଇଥିବା ଅଭିଯୋଗ ଗୁଡିକର ସମାଧାନ କେତେ ହୋଇଛି ତାହା ଉପରେ ଆଲୋଚନା ହୋଇଥିଲା। ଆଜିର ବୈଠକରେ ବିଶେଷ କରି ଉନ୍ନୟନମୂଳକ କାର୍ଯ୍ୟ ଗୁଡିକୁ ନେଇ ଜନପ୍ରତିନିଧି ଏବଂ ଆର ଡି ଓ ପିଡବ୍ଲ୍ୟୁଡି ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ କାର୍ଯ୍ୟର ବିଳମ୍ବକୁ ନେଇ ଟଣାଓଟରା ହେବା ସହ ହୋ ହାଲ୍ଲା ହୋଇଥିବା ଦେଖିବାକୁ ମିଳିଥିଲା ।

ଏଥିସହିତ ଶିକ୍ଷା, ଖାଦ୍ୟ ସୁରକ୍ଷା, ଆବାସ, ଭତା ଆଦି ବିଷୟରେ ଆଲୋଚନା ହୋଇଥିଲା। ଏହା ସହିତ କlଳିମ୍ବବା ଅଙ୍ଗନୱାଡ଼ି କେନ୍ଦ୍ର ଓ ସ୍କୁଲରେ ବିଦ୍ୟୁତ ନଥିବା ଓ କିଛି ଅଙ୍ଗନୱାଡି କେନ୍ଦ୍ରରେ ଅଣ୍ଡା ଦେଉ ନଥିବା ଅଭିଯୋଗ ଅଭିଯୋଗ ହୋଇଥିଲା l ବ୍ଲକ ଗ୍ରlଣ୍ଟ ସ୍କୁଲ ଗୁଡ଼ିକରେ ଶିକ୍ଷକ ସମସ୍ୟା ଥିବା ଅଭିଯୋଗ ହୋଇଥିଲା l ଆଜିର ବୈଠକରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଉନ୍ନୟନ ମୂଳକ କାର୍ଯ୍ୟରେ ଅବହେଳା ପ୍ରଶୟ ଦିଆନଯିବା ସହ ସମସ୍ତ କାର୍ଯ୍ୟ ତୁରନ୍ତ ସମ୍ପନ୍ନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା।ଏହି ବୈଠକ ରେ ବିଡିଓ ଡ. ଅମୃତ କୁମାର ରାଉଳ, ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, ସାଂସଦଙ୍କ ପ୍ରତିନିଧି ଭୀମସେନ ସେଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ବେହେରା, ଅତିରିକ୍ତ ତହସିଲଦାର ଭବାନୀ ପ୍ରସାଦ ନାୟକ,ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା, ଜସ୍ମିନ୍ ଦାସଙ୍କ ସମେତ ସରପଞ୍ଚ, ସମିତିସଭ୍ୟ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Exit mobile version