ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଅଗଷ୍ଟ ମାସର  ସାରସ୍ୱତ ଆସର ଅବସରରେ ଦେଶାତ୍ମବୋଧକ କବିତା ପାଠ

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ ) ନି. ପ୍ର :-  ଓଡ଼ିଶା ସଚିବାଳୟ ଲେଖକ ପରିଷଦର  ଅଗଷ୍ଟ ମାସର ସ୍ୱାରସ୍ବତ ଆସର ଖାରବେଳ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ  ଅନୁଷ୍ଠିତ ସାହିତ୍ୟ ସଭାରେ ସଭାପତିତ୍ୱ କରିଥିଲେ ବନ୍ଦିତା ଦାସ  । ବୀଣାପାଣି ସରସ୍ୱତୀଙ୍କୁ ପୁଷ୍ପ ଓ ଧୂପ ଅର୍ପଣ ତଥା ବନ୍ଦନା ପରେ ସଭା ଆରମ୍ଭ ହୋଇଥିଲା । ବିଶିଷ୍ଟ କଣ୍ଠ ଶିଳ୍ପୀ ସ୍ୱର୍ଗତ ପ୍ରଣବ ପଟ୍ଟନାୟକଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । 

ବାର୍ଷିକ ପତ୍ରିକା ସୃଜନର ପାହାଚ ପ୍ରକାଶ ସମ୍ପର୍କିତ ଆଲୋଚନା ପରେ ଦେଶାତ୍ମବୋଧକ କବିତା ପାଠୋତ୍ସଵ ଅନୁଷ୍ଠିତ ହୋଇଥିଲା । ଏହାକୁ  ସଂଯୋଜନା କରିଥିଲେ ପୁଷ୍ପାଞ୍ଜଳି ବିଷୋୟୀ । ବନ୍ଦିତା ଦାସ,ରଶ୍ମିତା ମହାନ୍ତ ,କାହ୍ନୁ ଚରଣ ଦାସ, ପୁଷ୍ପାଞ୍ଜଳି ବିଶୋୟୀ, ତ୍ରିଲୋଚନ ପ୍ରଧାନ ,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ,ସୁକାନ୍ତ ଦାସ ଓ ଜନ୍ମେଜୟ ପ୍ରଜାପତି ସ୍ୱରଚିତ କବିତା ପାଠ କରିଥିଲେ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁସ୍ମିତା ମିଶ୍ର  ।

Exit mobile version