୫ ମ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ, ଗୁରୁ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖଣ୍ଡପଡ଼ା (ଓଡିଶା ତାଜାନ୍ୟୁଜ ) ନି. ପ୍ର :-  ଖଣ୍ଡପଡ଼ା ବ୍ଲକ ଅଧିନ ବନମାଳି ପୁର ପଞ୍ଚାୟତର ପ୍ରଭୁ ଶ୍ରୀ ସୋମନାଥ ଦେବ ଙ୍କ କଲ୍ୟାଣ ମଣ୍ଡପ ପରିସରରେ ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଆୟୋଜିତ ହେବାକୁ ଥ‌ିବା ଗୁରୁ ସାକ୍ଷାତ ପରଂବ୍ରହ୍ମ ୫ ମ ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମକୁ ନେଇ ଶୁକ୍ରବାର ଅପରାହ୍ନରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭା କାର୍ଯ୍ୟ ଆରମ୍ଭ ରେ ସଭା ପରିଚାଳନା କରିଥିଲେ ବିଜୟ କୁମାର ତ୍ରିପାଠୀ ସମ୍ବର୍ଦ୍ଧିତ ସଭାପତି ଶିକ୍ଷାବିତ ରବୀନ୍ଦ୍ର ନାଥ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ସଭାରେ ପୌରୋହିତ୍ୟ କରି ଥିଲେ ବରିଷ୍ଠ ଅଧ୍ୟାପକ ଡ଼ଃ ପ୍ରଫୁଲ୍ଲ କୁମାର ମହାନ୍ତି ଙ୍କ ସମେତ ସଭାରେ ଲକ୍ଷ୍ମୀ ଧର ସାମନ୍ତ ରାୟ,

ବୈକୁଣ୍ଠନାଥ ଦାସ, ଶିବପ୍ରସାଦ ଷଡ଼ଙ୍ଗୀ, ନିରଞ୍ଜନ ସୁବୁଦ୍ଧି, ମନୋରଞ୍ଜନ ବେହେରା, ପ୍ରଶନ ସୁବୁଦ୍ଧି, ସନ୍ତୋଷ କୁମାର ତ୍ରିପାଠୀ, କଣ୍ଠଶିଳ୍ପୀ ଯୁଧିଷ୍ଠିର ଖୁଣ୍ଟିଆ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନିକଟରେ ଦୀପ ଜାଳି ସ୍ବର୍ଗତ ଆଦର୍ଶ ଶିକ୍ଷକ ବିନାୟକ ସାହୁ (ଖଣ୍ଡପଡ଼ା), ସୁରେଶ କୁମାର ବେହେରା (ପଦ୍ମାବତୀ) ଏବଂ ଛାତ୍ରୀ ସନ୍ତୋଷୀ ବେହେରାଙ୍କ ବିୟୋଗରେ ୧ ମିନିଟ ନୀରବ ପ୍ରାର୍ଥନା କରି ବୈଠକ କାର୍ଯ୍ୟ ଆରମ୍ଭ ହୋଇଥିଲା। ବରିଷ୍ଠ ଅଧ୍ୟାପକ ପ୍ରଫୁଲ୍ଲ ମହାନ୍ତି କାର୍ଯ୍ୟ ପ୍ରସଙ୍ଗ ବିଷୟରେ ସମସ୍ତଙ୍କର ମତ ଦିଅନ୍ତୁ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସହ ପଞ୍ଚାୟତର ଜନସାଧାରଣ, ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିବାବେଳେ ଏହାର ସର୍ବାଙ୍ଗ ଉନ୍ନତି ପାଇଁ ସମସ୍ତେ ସଂଗଠିତ ହୋଇ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ଅଭିଭାକ୍ତ ଗୁରୁ ସାକ୍ଷାତ୍ ପଂରବ୍ରହ୍ମ କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ବିଷୟରେ ଆଲୋଚନା କରି ମତପ୍ରକାଶ କରିଥିଲେ।ଭାପୁର ବ୍ଲକ ଉପାଧ୍ଯକ୍ଷ ଗୁରୁତର କାର୍ଯ୍ୟରେ ଅନୁପସ୍ଥିତିରେ କାର୍ଯ୍ୟ ଆରମ୍ଭ କରି କାର୍ଯ୍ୟକ୍ରମର ସଂର୍ପକରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଗତକିଛି ବର୍ଷ ଧରି ଭାପୁର ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅବସର ଗ୍ରହଣ କରିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ନେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥ‌ିବା ବେଳେ ଗତ ବର୍ଷ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସମସ୍ତ ଜନସାଧାରଣ ଙ୍କ ସମେତ ଶିକ୍ଷକ ମହଲରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ।

ଚଳିତ ବର୍ଷ ଖଣ୍ଡପଡ଼ା ସହର ସମେତ ଭାପୁର, ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ଗୁରୁପୂଜନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ସମ୍ବଦ୍ଧିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା I ସେହିପରି ଆୟୋଜିତ କାର୍ଯ୍ୟକ୍ରମକୁ କିଭଳି ସରସ ସୁନ୍ଦର କରାଯିବା ସେ ନେଇ ଅନୁଷ୍ଠାନର ସଦସ୍ୟମାନଙ୍କ ସହଯୋଗ କାମନା କରି ଗୁରୁ ପୂଜନ କାର୍ଯ୍ୟକ୍ରମ ବନମାଳିପୁର ସ୍ଥିତ ସୋମନାଥ ଦେବଙ୍କ ପଞ୍ଚୁଦୋଳ ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା l

Exit mobile version