ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀ ଙ୍କୁ ପୋଷଣ ବଣ୍ଟନ କାର୍ଯ୍ୟକ୍ରମ

ନୂଆଗାଁ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀଙ୍କୁ ପୋଷଣ ବଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡ଼. ଶରତ କୁମାର ଦାସ,ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ଦେବୀ ପ୍ରସାଦ ପ୍ରଧାନ, ବରିଷ୍ଠ ଚିକିତ୍ସା ତଦାରଖ ଅଧିକାରୀ ଡ଼. ବିଶ୍ୱରଞ୍ଜନ ଦଳେଇ ଙ୍କ ସମେତ ବିପିଏମ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ ।

ଯକ୍ଷ୍ମା ରୋଗୀ ଙ୍କ ପାଇଁ ପୋଷଣ ବାବଦକୁ ସରକାର ଙ୍କ ତରଫରୁ ମାସିକ ୧ ହଜାର ଟଙ୍କା ଲେଖାଏଁ ମିଳୁଥିଲା ବେଳେ ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡ଼. ଦାସ ଙ୍କ ନେତୃତ୍ୱରେ ବ୍ଲକ ଅଧୀନରେ ଥିବା ୫ ଜଣ ରୋଗୀ ଙ୍କ ଘରକୁ ଘର ପହଞ୍ଚି ଫୋଡ଼ ବାକ୍ସ ପ୍ରଦାନ କରାଯାଇଥିଲା ।

ଏଥି ସହିତ ଭାରତ ସରକାର ଙ୍କ ଦିଗଦର୍ଶନ କ୍ରମେ ଯେ କୌଣସି ବ୍ୟକ୍ତି ନିକ୍ଷୟ ମିତ୍ର ହୋଇ ଯକ୍ଷ୍ମା ରୋଗୀଙ୍କୁ ଅତିରିକ୍ତ ପୋଷଣ ସହ ମାନସିକ ସପୋର୍ଟ ଦେଇ ପାରିବେ ବୋଲି ଡାକ୍ତର ଅଧିକାରୀ ପ୍ରକାଶ କରିଥିଲେ। ଏଥି ପାଇଁ (mybharat ) କିମ୍ବା ଯକ୍ଷ୍ମା ୟୁନିଟ ଅଥବା ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଯୋଗାଯୋଗ କରି ପାରିବେ ବୋଲି ଲୋକଙ୍କୁ କହିଥିଲେ ।

Exit mobile version