ନେହେରୁ ସେବା ସଂଘ ରେ ଆକସ୍ମିକ ଦୁର୍ଘଟଣା ପ୍ରତିକାର ସଚେତନତା ଶିବିର

ବାଣପୁର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନେହେରୁ ସେବା ସଂଘ ର କନକ ଭବନ ପରିସରରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଶିବିର ଆକସ୍ମିକ ଦୁର୍ଘଟଣା ଜନିତ ସେବା ଶିବିର ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଚେତନତା କର୍ମଶାଳା ରେ ବିଶିଷ୍ଟ ସମାଜସେବୀ ତଥା ସେଣ୍ଟ ଜନ୍ ଆମ୍ବୁଲାନ୍ସ ର ଆଜୀବନ ସଭ୍ୟ ଅନନ୍ତ ଚରଣ ଖଟେଇ ପ୍ରଶିକ୍ଷକ ଭାବରେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଆକସ୍ମିକ ଦୁର୍ଘଟଣା ର କାରଣ ଓ ପ୍ରତିକାର ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ପ୍ରଧାନ, ଶିକ୍ଷାବିତ୍ ରମେଶଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ବିଶଦ ବିବରଣୀ ପ୍ରଦାନ କରିଥିଲେ । ନେହେରୁ ସେବା ସଂଘ ର ସମ୍ପାଦିକା ସୁଶ୍ରୀ ସରୋଜିନୀ ଦାଶ, ବରିଷ୍ଠ କାର୍ଯ୍ୟ କର୍ତ୍ତା ପ୍ରଦୀପ କୁମାର ଦାଶ, ତଥା ଶିକ୍ଷକ ଅଣ ଶିକ୍ଷକ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲେ । ଉଭୟ ପ୍ରଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ ସହଭାଗିତା ରେ ଏହି ଏକ ଦିବସୀୟ ଶିବିର ବେଶ୍ ଉପାଦେୟ ହୋଇଥିଲା ।

Exit mobile version