ବାଣପୁର ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣଙ୍କ ସୁଖଦୁଃଖ ପଚାରି ବୁଝିବା ସହ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କଲେ – ଦେବୀ ପ୍ରସାଦ ମିଶ୍ର

ବାଣପୁର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ବାଣପୁରର ଶ୍ରୀ ଅରବିନ୍ଦ ସ୍କୁଲ୍ ଅଫ୍ ଇଣ୍ଟିଗ୍ରାଲ୍ ଏଡୁକେସନ୍ରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ତଥା ବାଣପୁର ବିଜେପି ଯୁବ ସଙ୍ଗଠକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ । ଜାତୀୟ ପତାକା ଉତ୍ତୋଳନ କରିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଉପସ୍ଥିତ ଅତିଥିମାନଙ୍କ ସହ ଏହି ଗୌରବମୟ ଦିନଟିକୁ ପାଳନ କରିଥିଲେ।

ଦେଶର ଭବିଷ୍ୟତ ଏହି କୋମଳମତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ, ଶୃଙ୍ଖଳା ଓ ଦାୟିତ୍ୱବୋଧର ଭାବନା ଦେଖିବାକୁ ମିଳିଥିଲା । ଏହାପରେ ବାଣପୁରସ୍ଥିତ ଘଣ୍ଟାଶିଳା ପର୍ବତ ନିକଟବର୍ତ୍ତୀ ଲଡ଼ୁକିଶୋର ବୃଦ୍ଧାଶ୍ରମରେ ଆଶ୍ରମରେ ଥିବା ବୟୋଜ୍ୟେଷ୍ଠମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କ ସହ କିଛି ସମୟ ବିତାଇଥିଲେ ।

ପରିଶେଷରେ ବାଣପୁର ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣଙ୍କ ସୁଖଦୁଃଖ ପଚାରି ବୁଝିବା ସହ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ବାଣପୁର ଏନ୍‌ଏସିବାସୀ କିଭଳି ଅଧିକ ସୁବିଧା ଓ ସୁଯୋଗ ପାଇପାରିବେ ଏବଂ ସେମାନଙ୍କ ସମସ୍ୟାର ସମାଧାନ କିଭଳି ସରକାରଙ୍କ ନିକଟରେ ପହଞ୍ଚାଯାଇପାରିବ, ସେଥିପାଇଁ ଦୃଢ଼ ସଂକଳ୍ପବଦ୍ଧ ଥିବା ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।

Exit mobile version