ଭୟଭୀତ ପରିବେଶ ମଧ୍ୟରେ ଟାଙ୍ଗୀ ଗୋଷ୍ଠୀ କେନ୍ଦ୍ର ର କେତେକ କର୍ମଚାରୀ କାର୍ଯ୍ୟ କରୁଛନ୍ତି

ଟାଙ୍ଗୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ବ୍ରିଟିଶ ଅମଳର ଟାଙ୍ଗୀ ଡାକ୍ତର ଖାନା ଯାହା ପରବର୍ତ୍ତୀ ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇଛି, ବହୁ ଅଭାବ ଅସୁବିଧା ସତ୍ୱେ ରୋଗୀ ସେବା କରି ଆସୁଥିଲେ ମଧ୍ୟ ଏଠାରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳାର ସହ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିଥାନ୍ତି । ବହୁ କୁକର୍ମରେ ଲିପ୍ତ ରହି ସାଧାରଣ ରେ ନିନ୍ଦିତ ଜଣେ ବ୍ୟକ୍ତି ମାଫିଆ ସର୍ଦ୍ଦାର ରୂପେ ଏକ ଦଳ ଗଢ଼ିଥିବା ରୁ ସେ ନିଜର ଓରମାନା ସାବ୍ୟସ୍ତ କରିବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବାଛି ନେଇଥିବା ଜଣାପଡିଛି ।

ଏହି ଦଳର ଜଣେ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଡେପୁଟେସନ ଆସି ଡ୍ରେସର ରୂପେ କାର୍ଯ୍ୟ କରୁଥିବା ଓ ସେ ନିୟମିତ ଭାବେ ସ୍ୱାସ୍ଥ୍ୟ କେନ୍ଦ୍ର ର ତଥ୍ୟ ପ୍ରଦାନ କରିବା ସହିତ ବିଭିନ୍ନ କର୍ମଚାରୀ ଙ୍କୁ ଅଶାଳୀନ ମନ୍ତବ୍ୟ ପ୍ରଦର୍ଶନ କୁ ଭିତ୍ତି କରି ତାଙ୍କୁ ତାଙ୍କ ମୂଳ ନିଯୁକ୍ତି ଜାଗା ବୋତ ଲମା କୁ ଫେରାଇ ନିଆଯିବାରେ ମାଫିଆ ସର୍ଦ୍ଦାର ଉତ୍ତକ୍ଷିପ୍ତ ହୋଇ ତାଙ୍କୁ ଏଠାରେ ପୁନଶ୍ଚ ଅବସ୍ଥାପିତ କରିବା ପାଇଁ ଏକ ଦରଖାସ୍ତ ଲେଖିଥିଲେ।ଯାହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡା ଏସ ଏନ ନନ୍ଦ ଖୋରଧା ସିଡ଼ି ଏମ ଓ ଙ୍କ ପାଖକୁ ପଠାଇଦେଇଥିଲେ ।

ଖୋରଧା ରୁ ଏହା ଜଣାପଡିବା ପରେ ମାଫିଆ ସର୍ଦ୍ଦାର ଙ୍କ କ୍ରୋଧ କହିଲେ ନସରେ ଏହା କାହିଁକି ପ୍ରଘଟ ହେଲା ବୋଲି ସେ ଜର ବିକଳରେ ତାଟିଆ କାମୁଡୁଥିବା ଦେଖିବାକୁ ମିଳୁଛି। ଏହା ଏକ ସାମାନ୍ୟ ଦରଖାସ୍ତ କୌଣସି ଦେଶର ଗୁପ୍ତ ତଥ୍ୟ ନୁହେଁ ଯେ ଏହା ବାହାରକୁ ଆସି ପାରିବ ନାହିଁ।ସେ ଜ୍ଞାନ ସର୍ଦ୍ଦାର ଙ୍କର ନାହିଁ।କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନେ ନିଜର ନିରାପତ୍ତା ଦୃଷ୍ଟିରୁ ସ୍ଥାନୀୟ ପୁଲିସ କୁ ଜଣାଉ ନଥିବା ପଛର ପ୍ରକୃତ ରହସ୍ୟ କିଛି ଜଣା ପଡୁନାହିଁ।ସ୍ୱାସ୍ଥ୍ୟ କେନ୍ଦ୍ର କୌଣସି ବ୍ୟକ୍ତି ବିଶେଷଙ୍କ ଦୟା ରେ ଚାଲେ ନାହିଁ, ଏକଥା ମନେ ରଖିବା ଉଚିତ ବୋଲି ସାଧାରଣରେ ଆଲୋଚନା ହେଉଛି ।

Exit mobile version