କେନ୍ଦ୍ରୀୟ ବିଦ୍ୟାଳୟ ଜାତୀୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତାରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନ,ଗଜପତି ଛାତ୍ରୀର ସଫଳତା

ପାରଳାଖେମୁଣ୍ଡି (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଚଳିତ ବର୍ଷ ୧୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ବୋଙ୍ଗାଲୋ ସ୍ଥିତ ଏୟାର ର୍ଫୋର୍ସ ଇନୋଣ୍ଡର ଷ୍ଟଡିୟମ କମ୍ପ୍ଲେକ୍ସ ବାଙ୍ଗାଲୋର ଠାରେ ଜାତୀୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି । ଏହି ଜାତୀୟ ଡାଇକୋନଡୁ ପ୍ରତିଯୋଗିତା କେନ୍ଦ୍ରୀୟ ବିଦ୍ୟାଳୟ ଦ୍ବାରା ଆୟୋଜନ କରଯାଇଥିଲା ।

ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ । ଗଜପତି ଜିଲ୍ଲାର, ଜିଲ୍ଲା ଟାଇକୋନ୍‌ଡୁ ଅନୁଷ୍ଠାନରୁ ଜଣେ ବାଳିକା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ସୁବର୍ଣ୍ଣା ସାହୁ ଅଣ୍ଡର ୫୯ ଓଜନ କେଟେଗେରିରେ ଅଂଶଗ୍ରହଣ କରି କାଂସ୍ୟ ପଦକ ହାସଲ କରି ଗଜପତି ଜିଲ୍ଲାର ମାନ ରଖିଛନ୍ତି ।

Exit mobile version