ପାରଳାଖେମୁଣ୍ଡି (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଦାମ୍ପତ୍ୟ ଜୀବନରେ ଅଳ୍ପ ବହୁତ କଳି ଝଗଡ଼ା ସମସ୍ତଙ୍କର ପ୍ରାୟ ହୋଇଥାଏ। କିନ୍ତୁ ୨୦୨୨ ମସିହାରେ ଗଜପତି ଜିଲ୍ଲାର କୁଡିଙ୍ଗଡ଼ା ଗ୍ରାମରେ ହୋଇଥିବା ଏକ ଅଭାବନୀୟ ଘଟଣା ସମ୍ପୂର୍ଣ୍ଣ ଭିନ୍ନ; ଯେଉଁଥିରେ ଝିଅର ଚିକିତ୍ସା ଅବହେଳାକୁ ନେଇ ଆରମ୍ଭ ହୋଇଥିବା ବଚସାରୁ ନିଜ ପତ୍ନୀକୁ ହତ୍ୟା କରିଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଜିଲ୍ଲା ସେସନ ଜଜ ଜଗଦୀଶ ପ୍ରସାଦ ମହାନ୍ତି ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୦୨ ଅନୁସାରେ ସେରଙ୍ଗ ଥାନା ଅନ୍ତର୍ଗତ କୁଡିଙ୍ଗଡ଼ା ଗ୍ରାମ ନିବାସୀ ଅଭିଯୁକ୍ତ ଇଲାମ ଦଳବେହେରା (୬୨ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୫ହଜାର ଟଙ୍କା ଜୋରିମାନା ଅର୍ଥ ରାଶିରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଆହୁରି ଛଅମାସ କାରାଦଣ୍ଡ ଭୋଗ କରିବେ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି ।
