ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ

ବାଲିପାଟଣା  (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ମାନଙ୍କର ନିର୍ବାଚନ ହୋଇ ସେମାନେ ଶପଥ ପାଠ କରି ଦାୟିତ୍ୱ ଗ୍ରହଣ କରିଛନ୍ତି। ଜିଲ୍ଲା ସଭାପତି ଜମେଶ୍ୱର ମଲ୍ଲିକ ଓ କୋଷାଧକ୍ଷ ଆଲୋକ ସାହୁଙ୍କ ପରିଚାଳନାରେ ଏହି ନିର୍ବାଚନରେ ଦିଲ୍ଲୀପ କୁମାର ସାହୁ ସଭାପତି,

ରୋଜାଲିନ ସାହୁ,ପ୍ରକାଶ ଚନ୍ଦ୍ର ଦାଶ ଉପସଭାପତି,ଦୀନକୃଷ୍ଣ ସାହୁ ସମ୍ପାଦକ, ସୂର୍ଯ୍ୟକାନ୍ତ ଦାସ,ନିରଞ୍ଜନ ବେହେରା,ତପନ କୁମାର ସେଠୀ ସମ୍ପାଦକ ଏବଂ ଅମରେଶ ବେହେରା କୋଷାଧକ୍ଷ ନିର୍ବାଚିତ ହୋଇଛନ୍ତି । ଶେଖ୍ ଆଫତାବ ଉଦ୍ଦିନ,ଶିବଚରଣ ଦାସ,ରସାନନ୍ଦ ପାତ୍ର,ବଳରାମ ପଣ୍ଡା,ରତ୍ନାକର ବେହେରା,

ରମାରଞ୍ଜନ ଦାସ,ସନ୍ତୋଷ ପଣ୍ଡା, ମିର୍ ଅରିଫ୍ ଅଲ୍ଲୀ,ଦୀନବନ୍ଧୁ ମହାନ୍ତି,ନିରଞ୍ଜନ ବେହେରା ପ୍ରମୁଖଙ୍କ ସହିତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମତଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସମାଜ ପକ୍ଷରୁ ସ୍ବାଗତ କରାଯାଇଛି ।

Exit mobile version