ଫରିଦାବାଦ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ପକ୍ଷରୁ ନିକଟରେ ଫରିଦାବାଦ ଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଅଗ୍ରଣୀ ଦାତବ୍ୟ ସଂଗଠନ ଆଇ କାନ କେୟାରଏବଂ ଫରିଦାବାଦ ସ୍ଥିତ ଜଗନ୍ନାଥ ମନ୍ଦିରର ସହଯୋଗରେ ଫରିଦାବାଦ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଶିବିରରେ ଶତାଧିକ ଓଡ଼ିଆ ଓ ଅଣ ଓଡ଼ିଆ ଜନସାଧାରଣଙ୍କର ସ୍ୱାସ୍ଥ୍ୟର ପୁଙ୍ଖାନୁପୁଙ୍ଖ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଶିବିରର ଅଂଶଗ୍ରହଣକାରୀ ମାନଙ୍କୁ ତମାଖୁ ସେବନର କୁପ୍ରଭାବ, ବିଶେଷକରି ମୁଖ କର୍କଟ ର ଭୟାବହତା ସମ୍ପର୍କରେ ଏହି ଅବସରରେ ସଚେତନ କରାଯାଇଥିଲା ।

