ଜିଲ୍ଲାସ୍ତରୀୟ ୩ୟ ଡାକ ମେଳା ଉଦଘାଟିତ

ରଣପୁର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଡାକପାଳ ଅଶୋକ କୁମାର ସାହୁଙ୍କ ତତ୍ୱାବଧାନରେ ସୋମବାର ରାଜସୁନାଖଳାସ୍ଥିତ ରଘୁନାଥପୁର କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲାସ୍ତରୀୟ ୩ତମ ଡାକ ମେଳା ଉଦଘାଟିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟତିଥିଭାବେ ନୟାଗଡ଼ ଜିଲ୍ଲା ଡାକ ବିଭାଗ ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ, ନୟାଗଡ଼ ପୂର୍ବ ଡାକ ବିଭାଗ ନିରୀକ୍ଷକ ସୁବୋଧ କୁମାର ଶତପଥି ଓ ନୟାଗଡ଼ ଡାକ ବିଭାଗ ପୋଷ୍ଟାଲ ଜୀବନ ବୀମା ଅଧିକାରୀ ଶଶାଙ୍କ ଶେଖର ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଚାନ୍ଦପୁର, ଗୋପାଳପୁର, ରାଜ ରଣପୁର, ରାଜସୁନାଖଳା ଖଣ୍ଡପଡା, ଭାପୁର ଓ କଣ୍ଟିଲୋ ଅଞ୍ଚଳରୁ ୭୨ଜଣ ଶାଖା ଡାକପାଳ ଓ ସହକାରୀ ଶାଖା ଡାକପାଳ ଯୋଗଦେଇଥିଲେ l ଏହି ଡାକ ମେଳାରେ ଗ୍ରାମାଞ୍ଚଳର ଲୋକଙ୍କ ମଧ୍ୟରେ ଡାକ ବିଭାଗର ବିଭିନ୍ନ ସେବା,ଯୋଜନା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା, ସେମାନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନା, ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର, ପିପିଏଫ୍, ସ୍ଥାୟୀ ଜମା ବିଷୟରେ ବୁଝାଇ ସେମାନଙ୍କର ଆକାଉଣ୍ଟ ଖୋଲିବା ।

ବୃଦ୍ଧ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ପ୍ରସ୍ତୁତ କରିଵା,ବ୍ୟବସାୟ ଓ ରପ୍ତାନିକୁ ସହଯୋଗ କରିବା,ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀ, କାରିଗର, ଚାଷୀମାନଙ୍କୁ ସେମାନଙ୍କର ସାମଗ୍ରୀ ବିଦେଶକୁ ରପ୍ତାନି କରିବା ପାଇଁ ସହଜ ପାର୍ସଲ ସେବା ସମ୍ପର୍କରେ ସୂଚନା ଦେବା,ଚିଠିପତ୍ର ଆଦାନପ୍ରଦାନରେ ସୀମିତ ନ ରଖି ପ୍ରତିଟି ଗାଁରେ ଏକ ଡିଜିଟାଲ୍, ଆର୍ଥିକ ଏବଂ ସାମାଜିକ ବିକାଶର ମାଧ୍ୟମ ଭାବେ ଗଢ଼ି ତୋଳିବା ।

ପଛୁଆ ବର୍ଗ ଓ ମହିଳାମାନଙ୍କୁ ସୁରକ୍ଷିତ ବୀମା ସେବା ଯୋଗାଇବାକୁ ମୁଖ୍ୟଅତିଥି ନୟାଗଡ଼ ଜିଲ୍ଲା ଡାକ ବିଭାଗ ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଡାକ ମେଳାର ପ୍ରମୁଖ ଉଦେଶ୍ୟ ଉପରେ ସଚେତନତା କରି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ପୂର୍ବ ଡାକ ବିଭାଗ ପରିଦର୍ଶକ ବିପିନ ବିହାରୀ ସ୍ୱାଇଁ ଓ ନରେନ୍ଦ୍ରପୁର ଶାଖା ଡାକପାଳ ଅଶୋକ କୁମାର ମହାପାତ୍ରଙ୍କ ସମେତ ରାଜସୁନାଖଳା ଡାକ ବିଭାଗ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ ସହଯୋଗ କରି ପରିଚାଳନା କରିଥିଲେ l

Exit mobile version