ରଣପୁର ରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ରାଜରାଜୁଡା ଶାସନ ଠାରୁ ବଳେଇଗଲା ସ୍ପଷ୍ଟ ଦିବାଲୋକରେ ଚାନ୍ଦପୁର ଥାନା ଅନ୍ତର୍ଗତ କେରାଣ୍ଡାଟାଙ୍ଗୀ ବଜାରରେ ସମିତିସଭ୍ୟଙ୍କ ବଡଭାଇ ଅଭୟଙ୍କୁ ମରଣାତ୍ମକ ଆକ୍ରମଣ କରି ଲହୁଲୁହାଣ କରିଦେଇଥିବା ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ଟାଙ୍ଗୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଆମ ରାଜ୍ୟରେ ଢେଙ୍କାନାଳ ପରେ ଦେଶୀୟ ରାଜ୍ୟ ରଣପୁର ରେ ବେଠି ବେଗାରୀ, ନରବଳି, ଗଛ ମାଛ ଅଧିକାର ଠାରୁ ବଞ୍ଚିତ ହୋଇ ଅକଥନୀୟ ନିର୍ଯ୍ୟାତନା ର ଶିକାର ହେଉଥିଲେ । ପ୍ରଜାମଣ୍ଡଳ ଗଠିତ ହୋଇ ଏହି ଅମାନୁଷିକ ଅତ୍ୟାଚାର ବିରୋଧରେ ତୁମୁଳ ସଂଗ୍ରାମ ଚଳାଇଥିଲେ l ୧୯୪୭ମସିହାରେ ଦେଶ ସ୍ୱାଧୀନ ହେବା ପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ଼ ଓଡ଼ିଶାରେ ଡ଼ଃ ହରେକୃଷ୍ଣ ମହତାବ ନେତୃତ୍ୱରେ ୧୬ଟି ଦେଶୀୟ (ଗଡଜାତ )ର ମିଶ୍ରଣ ହେବା ଯୋଗୁ ଲୋକତାନ୍ତ୍ରିକ ଶାସନ ପ୍ରତିଷ୍ଠିତ ହେବା ପରେ ରଣପୁର ବାସୀଙ୍କୁ ଆଶ୍ବସ୍ତି ମିଳିଥିଲା ।
ରଣପୁର ନିର୍ବାଚନ ମଣ୍ଡଳୀ ଗଠିତ ହେବା ପରେ ରଣପୁର ରାଜମାତା ବସନ୍ତ ମଞ୍ଜରୀ ଦେବୀ, ସୁରମା ପାଢ଼ୀ ଓ଼ ରମାକାନ୍ତ ମିଶ୍ର ପ୍ରମୁଖ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇ ରଣପୁରର ଗୌରବକୁ ରୁଦ୍ଧିମନ୍ତ କରିଥିଲେ। ଏତଦ ବ୍ୟତୀତ ବିଭିନ୍ନ ଦଳ ର ନେତା ମାନେ ମଧ୍ୟ ରଣପୁର କୁ ପ୍ରତିନିଧିତ୍ୱ କରିଥିଲେ । ଏହି ପ୍ରକ୍ରିୟା ପ୍ରାୟ ୨୦୨୪ପର୍ଯ୍ୟନ୍ତ ଚାଲିଥିଲା । ଗତ ସାଧାରଣ ନିର୍ବାଚନ ପରଠାରୁ ରଣପୁର କୁ ପୂର୍ବର ରାଜରାଜୁଡା ଶାସନ ର ପୁନରାବୃତ୍ତି ହୋଇଥିବା ଦେଖିବାକୁ ମିଳୁଛି ।