ରଣପୁର ବ୍ଲକ ରାଜସୁନାଖଳା, ରାଜ୍ୟ ବିଧାନସଭା ବାଚସ୍ପତି ନିଜେ ସରକାରୀ ଆଇନ ଭାଙ୍ଗୁଛନ୍ତି : ଜାତୀୟ ପତାକା ଉତ୍ତୋଳନ ବେଳେ ଅଘଟଣ

ଟାଙ୍ଗୀ  (ଓଡିଶା ତାଜାନ୍ୟୁଜ ) ନି. ପ୍ର :-  ରାଜ୍ୟର ସର୍ବମାନ୍ୟ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଙ୍କ ପରେ ବାଚସ୍ପତି ଙ୍କ ସ୍ଥାନ କେତେଗୁଡିଏ ସରକାରୀ ନିୟମ ତାଙ୍କ ପାଇଁ ରହିଛି । ସେ ଯେଉଁଠିକି ଉତ୍ସବ ରେ ଯୋଗଦେବାକୁ ଯିବେ ସେଥିପାଇଁ କେତେକ ସରକାରୀ ନିୟମକୁ ପାଳନ କରିବାର ଆବଶ୍ୟକତା ରହିଛି । କିଂତୁ ଆମ ରାଜ୍ୟ ବିଧାନସଭାର ବାଚସ୍ପତି ସମ୍ମାନନୀୟା ବାଚସ୍ପତି ସୁରମା ପାଢ଼ୀ ସେହି ନିୟମକୁ ଅଣଦେଖା କରୁଥିବା ଦେଖାଯାଉଛି ।

ରଣପୁର ବ୍ଲକ ରାଜସୁନାଖଳା ସ୍ଥିତ କ୍ରୀଡା ସଂସଦ ତରଫରୁ ଆୟୋଜିତ ୮୦ତ୍ତମ ଜାତୀୟ ପତାକା ଉତ୍ତୋଳନ ସମାରୋହକୁ ଯିବା ପୂର୍ବରୁ ସେହି ସଂସଦର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରି ସେଠାକୁ ଯାଇଥିଲେ ଏପରି ଅଘଟଣ ଘଟିନଥାନ୍ତା ।

ବାଚସ୍ପତି ଶ୍ରୀମତୀ ପାଢ଼ୀ ସେଠାରେ ପତାକା ଉତ୍ତୋଳନ କରିବା ବେଳେ ଜାତୀୟ ପତାକା ରସି ଶହ ତଳେ ପଡିଗଲା ତତ କ୍ଷଣାତ ଜାତୀୟ ସଂଗୀତ ଜନ ଗଣ ମନ ଗାଇବାକୁ ଆରମ୍ଭ କରିଦେଲେ । ଚଳିତ ବର୍ଷ ଠାରୁ ନୂତନ ଆଇନ ଅନୁସାରେ ପ୍ରଥମେ ବନ୍ଦେ ମା ତରଂ ଗାନ କରାଯିବ ଏଠାରେ ଏହା ଉଲ୍ଲଘଂନ ହୋଇଛି । ବାଚସ୍ପତିଙ୍କ ଉପସ୍ଥିତିରେ ଏପରି ବ୍ୟତିକ୍ରମକୁ ସାଧାରଣରେ ନାପସନ୍ଦ କରାଯାଉଛି । 

Exit mobile version