୮୦ତମ ସ୍ଵାଧୀନତା ଦିବସ ଚିଲିକା ବ୍ଲକ ଅନ୍ତର୍ଗତ ଅପର୍ତ୍ତୀ ଉଚ୍ଚ ବିଦ୍ୟାଳୟ ନଈରୀରେ ପାଳିତ ହୋଇଯାଇଛି

ନାଚୁଣୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ ସଂସ୍କୃତ ଶିକ୍ଷକ ନଟବର ସେନଙ୍କ ତତ୍ତ୍ୱବଧାନ ରେ ବିଦ୍ୟାଳୟପରିଚାଳନା କମିଟି ର ସଭାପତି ଯୋଗେନ୍ଦ୍ର ନାଥ ସାହୁ ପତାକା ଉତ୍ତୋଳନ କରିବା ପରେ ସ୍ୱାଧୀନତା ଉତ୍ସବ କୁ ଉଦଘାଟନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ୍ୟରେ କଣ୍ଠ ସଂଗୀତ, ବକ୍ତୃତା, ସାଧାରଣଜ୍ଞାନ, କବିତା ଲିଖନ, ଗଳ୍ପ ଲିଖନ ଚିତ୍ରାଙ୍କନ,

ଆବୃତ୍ତି, ଏକକ ଅଭିନୟ, ଏକକ ନୃତ୍ୟ ଦଳଗତ ନୃତ୍ୟ ଆଦି ପ୍ରତିଯୋଗିତା କରାଯାଇଥିଲା । ପରିଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ମଞ୍ଚ ପରିଚାଳନା କରିଥିଲେ l ବିଶେଷକରି ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମସ୍ତଙ୍କୁ ଅମୋଦିତ କରିଥିଲା l

Exit mobile version