ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ

ନାଚୁଣୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନାଚୁଣୀ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଵଡପଦର ‌ସ୍ଥିତ ଜଗତି ପାହାଡ଼ ପାଦଦେଶରେ ଥିବା ମନ୍ଦିର କମ୍ପ୍ଲେକ୍ସ ପରିସରରେ ୮୦ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ସଂଘ ର ସ୍ଥାୟୀ ସଭାପତି ଅଶ୍ଵିନୀ କୁମାର ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରି ଉଦ୍ ଵୋଧନ ଦେଇଥିଲେ ।

ଅନୁଷ୍ଠାନ ର ସମ୍ପାଦକ ଦେବେନ୍ଦ୍ର ନାଥ ମହାରଥୀ,ସହ ସମ୍ପାଦକ ହରିବନ୍ଧୁ ମିଶ୍ର, କୋଷାଧ୍ୟକ୍ଷ ରାମଚନ୍ଦ୍ର ମାର୍ଥା ଏବଂ ବରିଷ୍ଠ ସଭ୍ୟ ମକରଧ୍ବଜ ପଲେଇ ପ୍ରମୁଖ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Exit mobile version