ଭାପୁର ପ୍ରେସ କ୍ଳବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ନୟାଗଡ଼ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଭାପୁର ସଦର ମହକୁମାସ୍ଥିତ ଭାପୁର ପ୍ରେସ୍ କ୍ଳବ କାର୍ଯ୍ୟାଳୟ ପରିସରରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି. ପ୍ରେସ୍ କ୍ଳବର ସଭାପତି ରଞ୍ଜନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକର୍ମରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ଭାପୁର ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶାରଦା ପ୍ରସନ୍ନ ପଣ୍ଡା, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା,

ଭାପୁର ଅଗ୍ନିଶମ ବିଭାଗ ଅଧିକାରୀ ନୀଳକଣ୍ଠ ମହାନ୍ତି ଓ କର୍ମଚାରୀ ଭାପୁର ବଣିକ ସଂଘର ସଭାପତି କାର୍ତ୍ତିକ ଚନ୍ଦ୍ର ନାୟକ, ସମ୍ପାଦକ ସନାତନ ସାହୁ, ଭାଜପା ସୋସିଆଲ ମିଡ଼ିଆ ସଭାପତି ଶଶୀଭୂଷଣ ରାଉତରାୟ, ଭାପୁର ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଭାକର ସାହୁ, ସମାଜସେବୀ ପ୍ରଫୁଲ୍ଲ କୁମାର ସାହୁ, ବିମ୍ବାଧର ବାରିକ ପ୍ରମୁଖ ଯୋଗଦେଇଥିଲେ. ଏହି ଅବସରରେ ଭାପୁର ପ୍ରେସ କ୍ଳବର ଉପସଭାପତି ଜୟକୃଷ୍ଣ ବାରିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ କୋଷାଧ୍ୟକ୍ଷ ବିରଞ୍ଚି କୁମାର ନାୟକ କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ. କ୍ଳବର ସମ୍ପାଦକ ଶିଶିର ସାହୁ, ସଭ୍ୟ ଶ୍ରୀକାନ୍ତ କୁମାର ରାଉତ, ମଳୟ କୁମାର ପଣ୍ଡା, ବିଭୂତି ମହାପାତ୍ର, ପ୍ରତାପ ଚନ୍ଦ୍ର ପଣ୍ଡା, ସଭ୍ୟା କନକଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ !

ସେହିପରି ଭାପୁର ପଞ୍ଚାୟତରେ ବିଧାୟକ ଶ୍ରୀ ସ୍ୱାଇଁ, ବ୍ଲକରେ ବ୍ଳକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, କୃଷି କାର୍ଯ୍ୟାଳୟରେ ଆତ୍ମାର ଅଧ୍ୟକ୍ଷ ଶଶୀଭୁଷଣ ରାଉତରାୟ, ଫତେଗଡ଼ ଥାନାରେ ଏସ. ଆଇ ରଇବାରୀ ତିରିଆ , ଭାପୁର ବିଟ୍ ହାଉସ, ଭାପୁର ତହସିଲରେ ତହସିଲଦାର ଲୋପାମୁଦ୍ରା ରଥ, ଭାପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ବିଶ୍ଵନାଥ ସାହୁ, ଭାପୁର ବଣିକ ସଂଘରେ ସଭାପତି ଶ୍ରୀ ନାୟକ, ଭାପୁର ସରସ୍ବତୀ ଶିଶୁମନ୍ଦିର, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସମସ୍ତ ଶିକ୍ଷାନୁଷ୍ଠାନ, ଭାପୁର ଡ୍ରାଇଭର ମହାସଂଘ, ସମସ୍ତ ବ୍ୟାଙ୍କ, ସାନଶହରା ପ୍ରାଥମିକ ବିଦ୍ୟାଳୟ, ସମସ୍ତ ପଞ୍ଚାୟତ, ସମସ୍ତ କ୍ଳବ ଆଦିରେ ସାଧାରଣତନ୍ତ୍ର ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି

Exit mobile version