ନିଜ ଉପରେ ବିଶ୍ୱାସ ରଖି ନିଜର ସର୍ବଶ୍ରେଷ୍ଠ ପ୍ରଚେଷ୍ଟା ଜାରି ରଖିଲେ ସବୁକିଛି ପରିବର୍ତ୍ତନ କରାଯାଇପାରିବ : ବ୍ଲକ୍ ଶିକ୍ଷା ଅଧିକାରୀ

ନୂଆଗାଁ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ପି ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ମହିପୁର ପରିସରରେ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ (ଏକ୍ସ କ୍ୟାଡ଼ର) ତରଫରୁ ସେବା ନିବୃତ୍ତି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଡ. ଗିରିଜା ଶଙ୍କର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘ ଏକ୍ସ କ୍ୟାଡ଼ର ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ସ୍ୱାଇଁ,ବ୍ଲକ୍ ସଭାପତି ଦିଲ୍ଲୀପ କୁମାର ଦାଶ,

ସମ୍ପାଦକ ସୁଧିରଞ୍ଜନ ପରିଡ଼ା ପ୍ରମୁଖ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ରେ ଧୂପ ,ଦୀପ ,ପୁଷ୍ପ ଅର୍ପଣ କରିଥିଲେ।ଅବସର ଗ୍ରହଣ କରିଥିବା ଶିକ୍ଷକ ଦୟାନିଧି ସାହୁ ,ବିପିନ ବିହାରୀ ମହାନ୍ତି , କପିଳ ଘଡେ଼ଇ କିପରି ସମୟାନୁ ବର୍ତ୍ତି,ଛାତ୍ର ବତ୍ସଳ, ପରୋପକାରୀ ଥିଲା ସେ ଉପରେ ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ସଂଘପ୍ରତି ଅବସର ଗ୍ରହଣ କରିଥିବା ଶିକ୍ଷକ ମାନଙ୍କ ଅବଦାନ ବର୍ଣ୍ଣନା କରିଥିଲେ କାର୍ଯ୍ୟକ୍ରମ ର ସଭାପତି ପୂର୍ବତନ ଶିକ୍ଷକ ସଂଘ ସଭାପତି ପ୍ରକାଶ ବେହେରା।ମୁଖ୍ୟ ଅତିଥି ବ୍ଲକ୍ ଶିକ୍ଷା ଅଧିକାରୀ ଡ ଗିରିଜା ଶଙ୍କର ମହାପାତ୍ର,

ଶିକ୍ଷାର ବିକାଶ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଭୂମିକା, ଦାୟିତ୍ଵ,ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟର ଉନ୍ନତି ପାଇଁ କିପରି ପ୍ରଚେଷ୍ଟା କରିବା ଆବଶ୍ୟକ ସେ ଉପରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସୁପରାମର୍ଶ ଦେବା ସହ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ପୂରଣ ପାଇଁ ରାଜ୍ୟ ସଂଘ ନେଇଥିବା ବିଭିନ୍ନ ପଦକ୍ଷେପ କହିଥିଲେ ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ସ୍ୱାଇଁ।ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ସମ୍ପାଦକ ସୁଧିରଞ୍ଜନ ପରିଡ଼ା।

Exit mobile version