ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ଯୋଗୁଁ ଡ଼ିଜିପି ପଦକ ପାଇଲେ ଆର.ଉଦୟଗିରି ଏସଡିପିଓ

ପାରଳାଖେମୁଣ୍ଡି (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଉଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଆରକ୍ଷୀ ମହାନିର୍ଦେଶକ (ଡିଜିପି)ଙ୍କ ପଦକ ହାସଲ କଲେ ଗଜପତି ଜିଲ୍ଲା ଆର.ଉଦୟଗିରି ଏସଡିପିଓ ଆଇପିଏସ ରାକେଶ ସାହୁ । ବୁଧବାର ଭୁବନେଶ୍ୱର ସ୍ଥିତ ପୁଲିସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପଦକ ପ୍ରଦାନ କରାଯାଇଛି I ଡିଜିପି ଯୋଗେସ ବହାଦୁର ଖୁରାନିଆ ତାଙ୍କୁ ପଦକ ସହ ମାନପ‌ତ୍ର ପ୍ରଦାନ କରିଛନ୍ତି । ଆର. ଉଦୟ ଉଦୟଗିରିରେ ଏସଡ଼ିପିଓ ଭାବେ ରାକେଶ ସାହୁ ଯୋଗଦେବା ପରେ ବହୁ ଉଲେଖନୀୟ କାର୍ଯ୍ୟ କରିଛନ୍ତି ।

ବିଶେଷ କରି ଆର. ଉଦୟଗିରି, ମୋହନା ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ଚୋରା ଚୋରା କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ସହ ଗଞ୍ଜେଇ ଚାଷରୁ ଲୋକେ କିଭଳି ନିବୃତ ରହି ରହିବେ ସେଥ‌ିପାଇଁ ବହୁ ପଦକ୍ଷେପ ନେଇଛନ୍ତି । ଏଥିସହ ବଡ଼ ବଡ଼ ଅପରାଧ ଘଟଣାର ପର୍ଦାଫାଶ କରିବାରେ ସକ୍ଷମ ହୋଇଛନ୍ତି ।

ନିଶାମୁକ୍ତ ଓଡିଶା ଓ ନିଶାମୁକ୍ତ ଗଜପତି ଗଠନ ପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ସହ ଲୋକେ ଯେଭଳି ସାଇବର ଠକେଇର ଶିକାର ନହେବେ ସେଥ‌ିପାଇଁ ଜନ ସଚେତନତା କରିଛନ୍ତି । ଏସଡିପିଓ ରାକେଶ ସାହୁ ତାଙ୍କର କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ଉଲେଖନୀୟ ଅବଦାନ ପାଇଁ ଏହି ପଦକ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଏସଡିପିଓ ଶ୍ରୀ ସାହୁଙ୍କ ଏଭଳି ପଦକ ହାସଲ ପରେ ଗଜପତି ଜିଲ୍ଲା ପୋଲିସ ଏବଂ ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜ୍ଞାପନ କରାଯାଇଛି l

Exit mobile version