ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ଉଦଯାପିତ : ଫାଇନାଲରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ

ବାଲିଗୁଡା (ଓଡିଶା ତାଜାନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପର ଫାଇନାଲ ଖେଳ ୮୦ ତମ ସ୍ୱାଧୀନତା ଦିବସରେ ଉଦଯାପିତ ହୋଇଯାଇଛି l ଏଥିରେ ସିନ୍ଦ୍ରିଗାଁ ସହ ଆଦିବାସୀ ମହାବିଦ୍ୟାଳୟ ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପଜିଲ୍ଲାପାଳ ତଥା ଉପଖଣ୍ଡ କ୍ରୀଡା ସଂଘ ର ସଭାପତି ଶ୍ରୀମତୀ ପ୍ରଣୀତା ଦାସ ଯୋଗ ଦେଇ ପ୍ରଥମ ସଟ ମାରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଖେଳାଳୀ ମାନଙ୍କ ସହ ପରିଚିତ ହୋଇଥିଲେ l

ଏହି ମ୍ୟାଚ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ଅସମର୍ଥ ହେବାରୁ ପେନାଲଟିକ ସୁଟ ଜରିଆରେ ୩-୧ ଗୋଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ହୋଇ ସ୍ୱାଧୀନତା କପ ହାସଲ କରିବାରେ ସକ୍ଷମ ହୋଇ ପାରିଥିଲା l ଏହି ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ଶ୍ରେଷ୍ଠ ଗୋଲ କିପର ଭାବେ ଆଦିବାସୀ ମହାବିଦ୍ୟାଳୟ ର ଖେଳାଳୀ ସୌମ୍ୟ ରଞ୍ଜନ ମଲ୍ଲିକ, ଶ୍ରେଷ୍ଠ ରକ୍ଷଣ ଭାଗ ଖେଳାଳୀ ଭାବେ ଆଦିବାସୀ ମହାବିଦ୍ୟାଳୟ ର ଇତି ପ୍ରକାଶ ଦିଗାଳ, ଶ୍ରେଷ୍ଠ ଖେଳାଳୀ ଭାବେ ସିନ୍ଦ୍ରିଗାଁ ଟିମ ର ଦିଲୁ ମଲିକ ଅତିଥି ଙ୍କ ଠାରୁ ମାନପତ୍ର ସହ ପୁରସ୍କୃତ ଗ୍ରହଣ କରିଥିଲେ l

ଉଦଯାପନୀ ଦିନ ରେଫେରୀ ଭାବେ ଏଲିଆସ ଦିଗାଳ, ସଞ୍ଜୟ ବେହେରା, ଟାର୍ଜନ ଦିଗାଳ, ରୂପା ନାୟକ ପ୍ରମୁଖ ଉପସ୍ଥିତ ରହି ମ୍ୟାଚକୁ ସୁଚାରୁ ଭାବେ ପରିଚାଳନା କରିଥିଲେ l ସ୍ଥାନୀୟ ଉପଖଣ୍ଡ କ୍ରୀଡା ସଂଘ ତରଫରୁ ସେକ ସାଦିକ, ସତ୍ୟ ନାରାୟଣ ପାଢ଼ୀ, ସୁଶାନ୍ତ କୁମାର ଦାସ, ମାନସ ରଞ୍ଜନ ଆଚାର୍ଯ୍ୟ, ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ସୂର୍ଯ୍ୟ ନାରାୟଣ ସୁଆର,ରଞ୍ଜନ କୁମାର ନାୟକ, ବ୍ରଜ ଶେଖର ନାୟକ, ନଳିନୀ କାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

Exit mobile version