୮୦ ତମ ସ୍ୱାଧୀନତା ଦିବସରେ “ମୋ ପରିବାର” ସମ୍ବର୍ଦ୍ଧିତ

ଜଟଣୀ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତର ରାଣୀପୁର ସ୍ଥିତ ବାପା ମା”ଙ୍କ ସେବାଶ୍ରମ ଠାରେ ୮୦ ତମ ସ୍ବାଧିନତା ଦିବସ ପାଳିତ ଅବସରରେ ଏକ କାର୍ଯ୍ୟକ୍ରମରେ ବହୁ ସାମାଜିକ ସଂଗଠନ ଓ ସାମାଜିକ କର୍ମୀ ମାନଙ୍କୁ ଆଶ୍ରମର ପ୍ରତିଷ୍ଠାତା ଗୌତମ ମହାରଣା ସମ୍ବର୍ଦ୍ଧିତ କରିଥିଲେ l ସେଥିମଧ୍ୟରୁ “ମୋ ପରିବାର” ଥିଲା ଅନ୍ୟତମ l ଉକ୍ତ କାର୍ଯ୍ୟକ୍ରମରେ”ମୋ ପରିବାର”ପ୍ରତିଷ୍ଠାତା ତଥା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ଅତିଥି ଭାବେ ଯୋଗ ଦେଇଥିଲେ l

ପ୍ରଥମେ ଆଶ୍ରମ ଭିତରେ ଉପସ୍ଥିତ ଥିବା ସମସ୍ତ ବୃଦ୍ଧା ବାପା ମା’ଙ୍କ ସହିତ ବହୁତ ସମୟ ତାଙ୍କ ଦୁଃଖ ଓ ସୁଖ ବିଷୟରେ ବୁଝିବା ସହିତ କଥା ମଧ୍ୟରେ ବହୁତ ହସ ଫୁଟାଇ ପାରିଥିଲେ l ଶ୍ରୀ ଶତପଥୀ ନୀତି,ନୀୟମ ଏବଂ ଆଦର୍ଶ ବିଷୟରେ କହି ସମାଜରେ ସଂସ୍କାର ମାଧ୍ୟମରେ ପରିବର୍ତ୍ତନ ପାଇଁ ଏକ ନିଆରା ପ୍ରୟାସକୁ କିପରି ସଫଳତାରେ କାର୍ଯ୍ୟ କରିପାରିବେ ସେ ବିଷୟରେ

ପ୍ରକାଶ କରିବା ସହିତ ଆଶ୍ରମର ପ୍ରତିଷ୍ଠାତା ଗୌତମ ମହାରଣା,ଆଶ୍ରମର ସଭାନେତ୍ରୀ ଜ୍ୟୋତି ମହାରଣାଙ୍କୁ ଉଚ୍ଚ ପ୍ରସଂଶା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ”ମୋ ପରିବାର”ର ସଦସ୍ୟା ମମତା ଦ୍ବିବେଦୀ, ଦୀପା ନାୟକ,କ୍ରୀଷ୍ଣା ମିଶ୍ର,ଭାରତୀ ସିଂ ଯୋଗ ଦେଇଥିବା “ମୋ ପରିବାର”ର ପ୍ରତିଷ୍ଠାତା ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି l

Exit mobile version