ଖୋର୍ଦ୍ଧା ରୋଡ୍ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ଶ୍ରୀ ସତ୍ୟ ସାଈ ସମିତି ନିକଟସ୍ଥ ରେଟଙ୍ଗ କଲୋନୀ ଖେଳପଡ଼ିଆଠାରେ ଆନନ୍ଦ, ଉଲ୍ଲାସ ଓ ଦେଶଭକ୍ତିର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନୀଲ ଜାତୀୟ ପତାକା ଉତ୍ତୋଳନ କରିବା ସହ ରେଳ ସୁରକ୍ଷା ବଳ, ସିଭିଲ୍ ଡିଫେନ୍ସ, ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ, ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ,ସୃଜନ କୁଞ୍ଜ ଏବଂ ମିକ୍ସଡ୍ ହାଇସ୍କୁଲ୍ ଓ ହାୟର ସେକେଣ୍ଡାରୀ ସ୍କୁଲ୍ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ପ୍ୟାରେଡ୍ର ମାର୍ଚ୍ଚ ପାଷ୍ଟରେ ଅଭିବାଦନ ଗ୍ରହଣ କରିଥିଲେ ।
