ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ସମ୍ପୂର୍ଣ୍ଣ ଘର, ୧୦ ଟି ଅର୍ଦ୍ଧ ଦଗ୍ଧ ଗାଈ, ଓ ଦୁଇ ଜଣ ମଣିଷ

କଟକ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- କଟକ ଜିଲ୍ଲା, କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ସାନ ପାଟସୁନ୍ଦରପୁରରେ ଗତ କାଲି ରାତିରେ ଭୟାବହ ଅଗ୍ନକାଣ୍ଡ ଘଟି ତିନି ବଖରା ଚାଳଛପର ଘର ସମେତ ଗୋଟିଏ ବାଇକ୍, ସାଇକଲ, ଏବଂ ଲକ୍ଷାଧିକ ଟଙ୍କାର ଆସବା ପତ୍ର ପୋଡି ପାଉଁଶ ହେବା ହେବା ସହ ଦାଦା ପୁତୁରା ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି, ୧୦ ଟି ଗାଈ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ।

ଏମିତି ଏକ ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା କଣ୍ଟାପଡା ତହସିଲ୍ ସାନ ପାଟସୁନ୍ଦରପୁର ଗ୍ରାମରେ । ଏହି ଅଗ୍ନିକାଣ୍ଡରେ ଦୁର୍ଯ୍ୟୋଧନ ଭୋଇ ଓ ଚିତ୍ରସେନ ଭୋଇ ଦୁଇଟି ଦଳିତ ପରିବାର ସର୍ବସ୍ବାନ୍ତ ହୋଇଛନ୍ତି । ଗତ କାଲି ରାତିରେ ଦୁଇ ପରିବାର ଖାଇପିଇ ଶୋଇଥିଲେ ,ବିଳମ୍ୱିତ ରାତିରେ ଜଣେ ବାହାରକୁ ଉଠିଥିବା ବେଳେ ଘରଚାଳରେ ନିଆଁ ଜଳୁ ଥିବା ଦେଖି ସ୍ଥାନୀୟ ଲୋକମାନଙ୍କୁ ପାଟି କରି ଡାକ ଛାଡ଼ିଥିଲେ ।

ଗାଁ ଓ ପରିବାର ଲୋକେ ଘରୁ ଉଠି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିବା ସହ ଅଡଶପୁର ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଅଗ୍ନିଶ୍ରମ ବାହିନୀ ଗାଡି ଆସିବା ପୂର୍ବରୁ ଘରର ସବୁ କିଛି ନିଆଁରେ ପୋଡ଼ି ପାଉଁଶ ହୋଇ ଯାଇଥିଲା । ଘରେ ନିଆଁ ହୁତୁ ହୂତୁ ହୋଇ ଜଳୁଥିବା ବେଳେ ଗୁହାଳରୁ ଗାଈ ଗୋରୁଙ୍କୁ ଉଦ୍ଧାର କରିବା ପାଇଁ ପରିବାରର ଦାଦା ନିରଞ୍ଜନ ଭୋଇ ଓ

ପୁତୁରା ଦିଲୀପ କୁମାର ଭୋଇ ଗୁହାଳ ଭିତରେ ପଶି ଗାଈ ଗୋରୁଙ୍କୁ ଉଦ୍ଧାର କରିବା ସମୟରେ ନିଆଁ ଜଳୁ ଥିବା ଚାଳ ତାଙ୍କ ଉପରେ ପଡ଼ି ଯିବାରୁ ଅଗ୍ନି ଭିତରେ ସେମାନେ ଫସି ରହିଥିଲେ। ପରିବାର ଓ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ଉଦ୍ଧାର କରାଯାଇ ,ପ୍ରଥମେ ଅଡଶପୁର ଓ ପରେ କଟକ ବଡ ମେଡିକାଲକୁ ଅର୍ଦ୍ଧ ଦଗ୍ଧ ଗୁରୁତର ଅବସ୍ଥାରେ ସ୍ଥାନାନ୍ତରିତ କରାଯାଇଛି । ଉଭୟଙ୍କ ଅବସ୍ଥା ଗୁରୁତର ରହିଛି। ଆଉ ମଧ୍ୟ ଗୁହାଳରେ ବନ୍ଧା ହୋଇଥିବା ୧୧ ଟି ଗୋରୁଙ୍କ ମଧ୍ୟରୁ ୧୦ ଟି ଗୋରୁ ନିଆଁରେ ପୋଡ଼ି ଯାଇ ଗୁରୁତର ହୋଇଛନ୍ତି ।

ଅଡଶପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଅଗ୍ନିର ପ୍ରକୋପ ଏତେ ଭୟଙ୍କର ଥିଲା, ଯେ ଯାହାକି ଘରେ ଥିବା ଗୋଟିଏ ବାଇକ, ସାଇକଲ ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଏହି ଗରୀବ ଅସହାୟ ଦଳିତ ପରିବାର ଗାଈ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ ।  ଏହି ଭୟଂକର ଅଗ୍ନିକାଣ୍ଡରେ ସବୁ କିଛି ନିଆଁରେ ହରାଇଥିବାରୁ ଏବେ ଅଗ୍ନିବିପନ୍ନ ପାରିବାର ସର୍ବହରା ହୋଇ ଦୁଃଖରେ ଭାଙ୍ଗି ପଡିଛନ୍ତି।

ଏହି ଅଗ୍ନିକାଣ୍ଡ କେଉଁ କାରଣରୁ ଘଟିଛି କିଛି ଜଣା ପଡି ନାହିଁ। ବର୍ତ୍ତମାନ ସେମାନେ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି। ତାଙ୍କୁ ସରକାରଙ୍କ ତରଫରୁ ଗୁହାଳ ଘର ଓ ଆବାସ ସହ ବର୍ତ୍ତମାନ ଚଳିବା ପାଇଁ ସମସ୍ତ ସହାୟତା ଯୋଗାଇବାକୁ ଦେବାକୁ ସମାଜ ସେବୀ ତୃପ୍ତି ରଞ୍ଜନ ବେହେରାଙ୍କ ସମେତ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ଏହି ଅଗ୍ନି ବିପନ୍ନ ପରିବାରଙ୍କୁ ବ୍ଲକ ପକ୍ଷରୁ କିଛି ଶୁଖିଲା ଖାଦ୍ୟ ଓ ତହସିଲ୍ ପକ୍ଷରୁ ରହିବା ପାଇଁ ପଲିଥିନ ପ୍ରଦାନ କରାଯାଇଛି।

Exit mobile version