୮୦ତମ ପବିତ୍ର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି, ରଣପୁର ଏନଏସିରେ

ଆଜି ପଞ୍ଚୁଦୋଳ ପଡ଼ିଆ ତଥା ଏନଏସି କାର୍ଯ୍ୟାଳୟ ପରିସରରେ ଅତ୍ୟନ୍ତ ଗର୍ବ, ଉଲ୍ଲାସ ଓ ଦେଶପ୍ରେମର ସହିତ ପବିତ୍ର ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।

ରଣପୁର (ଓଡ଼ିଶା ତାଜାନ୍ୟୁଜ) (ନିପ୍ର) :-ଏହି ଶୁଭ ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ତଥା ରଣପୁରର ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତାଙ୍କର ପ୍ରେରଣାଦାୟୀ ବାର୍ତ୍ତା ଏବଂ ମାର୍ଗଦର୍ଶନ ଆମ ଅଞ୍ଚଳର ଉନ୍ନତି ପାଇଁ ସର୍ବଦା ପ୍ରେରଣାର ଉତ୍ସ ।

ଏହି ପବିତ୍ର ଅବସରରେ ଦେଶର ସୁରକ୍ଷାରେ ଅତୁଳନୀୟ ଯୋଗଦାନ ଦେଇଥିବା ଆମ ମାଟିର ତିନିଜଣ ବୀର ଭେଟେରାନ୍-ଏୟାର୍ ଭେଟେରାନ୍ ଗଣେଶ୍ୱର ଶାସମଲ, ସୁବେଦାର ଦିଗମ୍ବର ପାଇକରାୟ ଏବଂ ବାୟୁସେନା ବୀର ରାଧାକୃଷ୍ଣ ସିଂହଦେଓଙ୍କୁ ମାନ୍ୟବର ବାଚସ୍ପତି ମହୋଦୟା ସସମ୍ମାନେ ସମ୍ବର୍ଦ୍ଧିତ କରିଥିଲେ । ସେମାନଙ୍କ ତ୍ୟାଗ ଓ ରାଷ୍ଟ୍ରସେବା ପାଇଁ ଆମେ ଚିର କୃତଜ୍ଞ ।

ଏହି ଭବ୍ୟ ଉତ୍ସବକୁ ସଫଳ କରିବା ପାଇଁ ପରିସରକୁ ସ୍ୱଚ୍ଛ ରଖିଥିବା ଆମ ସ୍ୱଚ୍ଛତା ଟିମ୍ ଏବଂ ଆକର୍ଷଣୀୟ ମଞ୍ଚ ସଜାସଜ୍ଜା ତଥା ପରିଚାଳନା ପାଇଁ ଇଞ୍ଜିନିୟରିଂ ୟୁନିଟ୍ର ସମସ୍ତ ସଦସ୍ୟଙ୍କ ପରିଶ୍ରମ ପ୍ରଶଂସନୀୟ । ଏଥିସହ ପ୍ରାୟ ୧୫ଟି ବିଦ୍ୟାଳୟ ଏବଂ ରଣପୁର କଲେଜର ଏନସିସି (NCC) ସଫଳ ଅଂଶଗ୍ରହଣ କରାଇବାରେ ମୁଖ୍ୟ ଭୂମିକା ତୁଲାଇଥିବା ସମର୍ପିତ ଶିକ୍ଷକ ଶକ୍ତି, ଅଜୟ, ଶ୍ରୀ ପ୍ରଶାନ୍ତ ମିଶ୍ର ଏବଂ NCC ର ଦିଗଦର୍ଶକ ଶ୍ରୀ ନନ୍ଦଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି ।

ଏନଏସି ଅଞ୍ଚଳର ବିଦ୍ୟାଳୟ ଗୁଡ଼ିକର ପ୍ରାୟ ୫,୦୦୦ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି ପରେଡ଼ରେ ଛାତ୍ରଛାତ୍ରୀମାନଙ୍କ ଶୃଙ୍ଖଳିତ ପ୍ରଦର୍ଶନ ତଥା ମନମୁଗ୍ଧକର ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆକର୍ଷିତ କରିଥିଲା । ସମସ୍ତ ବ୍ୟବସ୍ଥାକୁ ସୁଚାରୁ ରୂପେ ସଂଯୋଜନା କରିଥିବାରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର,

ଏନଏସିର ସମସ୍ତ କର୍ମଚାରୀବୃନ୍ଦ ଏବଂ ସର୍ବୋପରି ରଣପୁର ଏନଏସିର ସମସ୍ତ ମାନ୍ୟବର କାଉନସିଲର ବୃନ୍ଦଙ୍କ ନିରନ୍ତର ସହଯୋଗ ପାଇଁ ଅଶେଷ ଧନ୍ୟବାଦ । ଆପଣମାନଙ୍କ ଏହି ଏକତା ଓ ସମର୍ଥନ ହିଁ ଆମକୁ ପ୍ରତ୍ୟେକ ବଡ଼ କାର୍ଯ୍ୟକ୍ରମ ତଥା ବିକାଶମୂଳକ କାର୍ଯ୍ୟକୁ ସଫଳତାର ସହ ଆଗକୁ ନେବାରେ ସାହାଯ୍ୟ କରୁଛି । ରଣପୁରର ସର୍ବାଙ୍ଗୀନ ବିକାଶ ଓ ସେବା ପାଇଁ ଆମର ଏହି ପ୍ରୟାସ ନିରନ୍ତର ଜାରି ରହିବ ।

Exit mobile version