ଟ୍ରେନ ଧକ୍କା ରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ

ନୟାଗଡ଼ ଜିଲ୍ଲା (ଓଡ଼ିଶା ତାଜାନ୍ୟୁଜ) (ନିପ୍ର) :- ନୂଆଗାଁ ବ୍ଲକ ଅନ୍ତର୍ଗତ ମାଇଛେଳି ଜଙ୍ଗଲ ନିକଟରେ ରେଲୁଏ ଟ୍ରାକ ଉପରେ ଗୋରୁ ଚରୁଥିବା ବେଳେ ଟ୍ରେନ ଧକ୍କାରେ ଗୋରୁ ଚରାଳି ସହିତ (୫) ଗୋରୁ ମୃତ। ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଂଚି ଶୋକାକୁଳ ପରିବେଶ ସୃଷ୍ଟି । ସୁଚନା ଅନୁସାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ମାଇଛେଳି ପଂଚାୟତର ସମ୍ପଡା ଗ୍ରାମର କିଶୋର ସ୍ୱାଇଁ (୬୫) ବିଲବାଡ଼ି କାମ ସାରି ନିଜର ବଳଦ ଚରାଇବାକୁ ଛାଡୁଥିଲେ । ଏହିଭଳି ପ୍ରତ୍ୟେକ ଦିନ ବଳଦ ଚରାଇ ସନ୍ଧ୍ୟାରେ ଘରକୁ ଫେରୁଥିଲେ ।

ଆଜି ବଳଦ ଚରୁଥିବା ବେଳେ ବଳଦ ଓ ଗାଇ ରେଲୁଏ ଟ୍ରାକ ଉପରକୁ ଚାଲି ଯାଇଥିଲେ । ବଳଦ ଗୁଡ଼ାକ ଟ୍ରେନ ଲାଇନରୁ ବାହାର କରିବାକୁ ଚରାଳି ବିଶୋଇ ସ୍ୱାଇଁ ଗଲାବେଳେ ନୟାଗଡ଼ ପଟୁ ଏକ ଟ୍ରେନ ଆସୁଥିବା ବେଳେ ଏକ ବୁଲାଣି ଯୋଗୁଁ ଚରାଳି ଜାଣି ପାରିନଥିଲେ। ଫଳରେ ଧକ୍କା ଦେଇଥିଲା ଘଟଣାସ୍ଥଳରେ ପାଞ୍ଚୋଟି ବଳଦ ସହିତ ଚରାଳି ଛିଟିକି ପଡିଥିଲେ।

ଖବର ପାଇ ଆଖପାଖ ବିଲେଇ କାମ କରୁଥିବା ଲୋକ ଧାଇଁ ଆସି ଉଧାର କରିଥିଲେ କିନ୍ତୁ ବଳଦ ସହିତ ଚରାଳି କିସ୍ୱୋର ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ବେଳେ ଗ୍ରାମବାସୀ ଓ ଘରଲୋକେ ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ । ସ୍ଥାନୀୟ ଲୋକଙ୍କ କହିବା କଥା ଏହି ଟ୍ରେନଟି ଛୋଟ ଥିଲା ଏବଂ କେହି ଲୋକ ବସି ନଥିଲେ । ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହୋଇଛି ।

Exit mobile version