ମୋତିଆବିନ୍ଦୁ ଚି଼ହ୍ନଟ ଶିବିର ଓ ନିଶୁକ୍ଳ ଔଷଧ,ଚଷମା ବଣ୍ଟନ

ବାଲିପାଟଣା (ଓଡ଼ିଶା ତାଜାନ୍ୟୁଜ) (ନିପ୍ର) :- ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ତୁରୀନ୍ତିରା ଓ କୁଳନ୍ତିରା ଉପ ସ୍ଵାସ୍ଥ କେନ୍ଦ୍ର ଠାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଭାମ୍ୟମାଣ ମୋତିଆବିନ୍ଦୁ ଓ ନିଶୁକ୍ଳ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି. ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ କେନ୍ଦ୍ରର ବରିଷ୍ଠ ଚଖୁ ଚିକିତ୍ସା ଅଧିକାରୀ ଗୈାତମ ଦାସ ଓ ନିଖିଳ ମଲ୍ଲିକ ଶିବିରରେ ତୁରିନ୍ତିରା,

କୁଳିନ୍ତିରା, ବାଗଲପୁର ସମେତ ଆଖପାଖ ଅଂଚଳରୁ ଆଖି ରୋଗୀଙ୍କୁ ଚିକିତ୍ସା କରି ଔଷଧ ଓ ଚଷମା ବଣ୍ଟନ କରାଯାଇଛି. । ଏହିଭଳି ଜନହିତକର କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ,ଜନସାଧାରଣ ସାଧୁବାଦ ଜଣାଇଥିଲେ.

Exit mobile version