ପଠାଣି ସାମନ୍ତ ବୃତ୍ତିରେ ଆଦର୍ଶ ଶିଶୁ ନିକେତନ ଛାତ୍ରର ସଫଳତା

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନ ବିଦ୍ୟାଳୟର ଛାତ୍ର ଆଦିତ୍ୟ କୁମାର ଭୂୟାଁ ୬ଷ୍ଠ ଶ୍ରେଣୀର ଛାତ୍ର ପଠାଣି ସାମନ୍ତ ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟର ଗୌରବ ଅର୍ଜନ କରିଛନ୍ତି । ଶିକ୍ଷା ବର୍ଷ ୨୦୨୫/୨୬ ଓଡିଶା ଆଦର୍ଶ ବିଦ୍ୟାଳୟ ପରୀକ୍ଷାରେ ଶୁଭସ୍ମିତା ପ୍ରିୟଦର୍ଶିନୀ ସାହୁ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।

ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ସେମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୈଳବାଳା ମେକାପ ଛାତ୍ରଙ୍କ ସଫଳତାର ଖୁସି ବ୍ୟକ୍ତ କରିଛନ୍ତି ।

Exit mobile version