ବିରିଡି ବ୍ଲକ ରେ “ହର ଘର ତ୍ରିରଙ୍ଗା” ଶୋଭାଯାତ୍ରା

ଜଗତସିଂହପୁର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ବିରିଡି ବ୍ଲକ ପକ୍ଷରୁ ଗୁରୁବାର ” ହର ଘର ତ୍ରିରଙ୍ଗା ” ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଦେଶ ପ୍ରେମ, ଜାତୀୟ ଏକତା ଓ ଜନସାଧାରଣଙ୍କ ଅଂଶଗ୍ରହଣ କୁ ସୁଦୃଢ କରିବା ଲକ୍ଷରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l

ବିରିଡି ବ୍ଲକ ଛକରୁ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନୀ ଓ ବିଡ଼ିଓ ଆୟୁଷି ପତି ପତାକା ଦେଖାଇ ଏହାକୁ ଉଦ୍ଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଏମପି ଙ୍କ ପ୍ରତିନିଧି ଗୀତାଞ୍ଜଳି ସାହୁ, ତହସିଲଦାର ପ୍ରିଙ୍କିଲ ପରିଡା, ଏବିଡ଼ିଓ ଲୋପାମୁଦ୍ରା ନାୟକ, ବିଶ୍ୱଜିତ ବିଶ୍ୱାଳ ଙ୍କ ସହ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଏମ୍ବିକେ,

ସିଆରପି, ମହିଳା ସୋୟଂ ସହାୟକ ଗୋଷ୍ଠି ର ମେମ୍ବର ଓ କିଛି ଜନସାଧାରଣ ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ l ଶୋଭାଯାତ୍ରା ଟି ବିରିଡି ଛକରୁ ବାହାରି ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚିଥିଲା l ଶୋଭାଯାତ୍ରା ରେ ଆସୁଥିବା ସମସ୍ତ ବ୍ୟକ୍ତି ତ୍ରିରଙ୍ଗା ପତାକା ଧରିଥିଲେ l ଉପସ୍ଥିତ ବ୍ୟକ୍ତିମାନେ ଶୋଭାଯାତ୍ରା ର ଉଦେଶ୍ୟ ବକ୍ତବ୍ୟ ମାଧ୍ୟମରେ ରଖିଥିଲେ l

Exit mobile version