ଆବାହମାନ କାଳରୁ ଧନୀ ଓ ଗରିବ ଚାଷୀ ଥିଲେ : ଚାଷୀ ଅସନ୍ତୋଷ ସୃଷ୍ଟିର କାରଣ ପାଲଟିଛନ୍ତି

ଆବାହମାନ କାଳରୁ ଧନୀ ଓ ଗରିବ ଚାଷୀ ଥିଲେ. ଏବେ ସରକାର ସେମାନଙ୍କୁ ବହୁଳ ଭାବରେ ବିଭକ୍ତ କରି ଅଯଥାରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟିର କାରଣ ପାଲଟିଛନ୍ତି. ଏହାର ନିରାକରଣ ତୁରନ୍ତ ଆବଶ୍ୟକ.

ରଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କାହିଁ କେଉଁ ଆବାହମାନ କାଳରୁ ଚାଷ ଉପରେ ନିର୍ଭର ଶୀଳ ସମାଜରେ ଧନୀ ଓ ଗରିବ ଚାଷୀ ଥିଲେ. ସମୟ ବଦଳିବା ସହିତ ଚାଷ ଉପରୁ ମୁହଁ ଫେରାଇବାଯୋଗୁ ସରକାର ଚାଷୀ ଓ ଚାଷକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସେମାନଙ୍କୁ ଆର୍ଥିକ ଅନୁଦାନ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରୁଥିବା ବେଳେ ଚାଷୀମାନଙ୍କୁ ବହୁଧା ବିଭକ୍ତ କରିଦେଲେ. ଚାଷୀ ତାର ଉପାର୍ଜିତ ଫସଳର ଉପଯୁକ୍ତ ମୂଲ୍ୟ ପାଉନଥିବା ଯୋଗୁ ବିଜେପି ସରକାର ରାଜ୍ୟରେ କ୍ଷମତା ସୀନ ହେବା ପରେ ଦଳୀୟ ନିର୍ବାଚନୀ ପ୍ରତିଶୃତି କୁ ପାଳନ କରି ଏକ କୁଇଣ୍ଟାଲ ଧାନର ବଜାର ମୂଲ୍ୟ ଅପେକ୍ଷା 8ଶହ ଟଙ୍କା ଅଧିକ ଦେବାର ବ୍ୟବସ୍ଥା କରି ମଣ୍ଡିରେ ପଞ୍ଜିକରଣ କରି ପ୍ରତ୍ୟେକ ଚାଷୀଙ୍କ ପ୍ରାପ୍ୟ ବ୍ୟାଙ୍କ ମାଧ୍ୟମରେ କରିଆସୁଛନ୍ତି.

ସମ୍ପୃକ୍ତ ଚାଷୀଙ୍କ ଜମିଜମା ରେକର୍ଡ ତନଖି କରିବା ପରେ ଏକର ପିଛା ନିର୍ଦ୍ଦିଷ୍ଟ ପରିମାଣର ଧାନ ମଣ୍ଡିରେ ଦଖଲ କରିବାକୁ ହୁଏ. ଏହିସବୁ କାର୍ଯ୍ୟରେ ଚାଷୀ ଚି଼ହ୍ନଟ କୁ ନେଇ ବେଳକୁବେଳ ପ୍ରଶାସନ ତରଫରୁ ବିଭିନ୍ନ ନିୟମ କୁ ଚାଷୀ ମାନଙ୍କୁ ଅସୁବିଧାରେ ପକାଇ ଦିଆଯାଉ ଥିବା ଯୋଗୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି. ପ୍ରଶାସନିକ ଅଧିକାରୀ ମାନେ ଏପରି ନିୟମ କରି ଚାଷୀଙ୍କୁ ବିଭେଦଗ୍ରସ୍ତ କରୁଥିବା ଜଣାପଡିଛି ମଠ ମନ୍ଦିର ରାଜ୍ୟ ଆମର. ସେହି ମଠ ମନ୍ଦିର ଜମି ଦେବତ୍ୱ କିସମରେ ଯାଏ. ଏହିସବୁ ଜମିକୁ ପୁରୁଷା ନୁକ୍ରମେ ସେବାୟତ ମାନେ ଚାଷ କରି ଆସୁଛନ୍ତି.

ଏହି ସବୁ ସେବାୟତ ହେଲେ ମାଳି ଓ ବ୍ରାହ୍ମଣ ବର୍ଗର.ମଣ୍ଡିରେ ଧାନ ବିକ୍ରୟକୁ ନେଇ ଚାଷୀଙ୍କ ନାମ ପଞ୍ଜିକରଣ ଚାଲିଥିବା ବେଳେ ଏହି ଦେବୋତର ଚାଷୀ ମାଳି ଓ ବ୍ରାହ୍ମଣଙ୍କୁ ଏଥିରୁ ବାଦ ଦିଆଯାଉଥିବା ଅଭିଯୋଗ ଆସିଛି. ଏପରି ଗୁରୁତ୍ତର ଅଭିଯୋଗ ହେଉଛି ରଣପୁର ଗଡ଼ କୃଷି ସେବା ସମବାୟ ସମିତିରେ. ପୂର୍ବରୁ ଏହି ଦେବୋତର ଜମିର ଚାଷୀ ମାନେ ଏହି ସୁଯୋଗ ପାଇଥିବା ବେଳେ ଚଳିତ ବର୍ଷ ସେମାନଙ୍କୁ ବାରଣ କରାଯିବା ପଛରେ ସେପରି କିଛି ଆଇନଗତ କଟକଣା ନଥିବା ସ୍ଥଳେ ଏଠାରେ ସେମାନଙ୍କ ନାମ ପଞ୍ଜିକରଣ କରାଯାଉ ନଥିବା ଏକ ମୌଖିକ ଆଦେଶ ବଳରେ କରାଯାଇଥିବା ସୂଚନା ମିଳିଛି.

ରଣପୁର ବିଜ୍ଞାପିତ ପରିଷଦ ଇଲାକାରେ ପ୍ରାୟ ହଜାରରୁ ଅଧିକ ସେବାୟତ ମାଳି ଓ଼ ବ୍ରାହ୍ମଣ ଅଛନ୍ତି.ଏତାଦୃଶ ଅଚଳାବସ୍ଥା ସମ୍ପର୍କରେ ନୟାଗଡ ଜ଼ିଲା ସମବାୟ ପଞ୍ଜିକରଣ ଅଧିକାରୀ ଅନନ୍ତ ନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା. ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କୌଣସି ଲିଖିତ ଆଦେଶ ପ୍ରଦାନ ନକରି ଆଭାସୀ ମାଧ୍ୟମରେ ଏହି ସୂଚନା ଦେଇ ଦୁଇତିନି ଦିନ ପରେ ଏହି ଘଟଣାକୁ ନେଇ ଶେଷ ନିଷ୍ପତ୍ତି ଜଣାଇ ଦିଆଯିବ ବୋଲି କହିଥିଲେ.

ଚାଷୀଙ୍କୁ ନେଇ ଏତାଦୃଶ ଭେଦଭାବ ଆଦୌ ଗ୍ରହଣୀୟ କିମ୍ଵା ଆଇନ ସମ୍ମତ ନହୋଇ ଥିବା ଯୋଗୁ ଦେବୋତର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି. ଏହି ଖାମ ଖିଆଲି ତଥା ବେଆଇନ ମୌଖିକ ଆଦେଶ ନାମାକୁ ତୁରନ୍ତ ପ୍ରତ୍ୟାହାର କରାନଗଲେ ଯେଉଁ ଭୟଙ୍କର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସମ୍ପୂକ୍ତ ପ୍ରଶାସନିକ ଅଧିକାରୀ ମାନେ ଦାୟୀ ରହିବେ ବୋଲି ରଣପୁର ଅଂଚଳର ଦେବୋତର ଚାଷୀମାନେ ଚେତାବନୀ ଦେଇଥିବା ଜଣାପଡିଛି.

Exit mobile version