ଜଟଣୀ ୟୁଥ ଫେଡେରେଶନ ପକ୍ଷରୁ ଶତାଧିକ ଲୋକ ; ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ

ଓଡ଼ିଶା ତାଜା ନ୍ୟୁଜ (୨ ଅକ୍ଟୋବର ଶୁକ୍ରବାର ) ଜଟଣୀ :- ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଆଜିର ଏହି ପବିତ୍ର ଦିବସରେ ଜଟଣୀ ୟୁଥ ଫେଡେରେଶନ ପକ୍ଷରୁ ଶତାଧିକ ଲୋକ ଏକ ପଦଯାତ୍ରାରେ ଫେଡେରେଶନ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ସ୍ଥାନୀୟ ଗାନ୍ଧୀ ପାର୍କଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ . ଏହି ଅବସରରେ ସାମାଜିକ ଦୁରତା ସହକାରେ ଆୟୋଜିତ ପଥପ୍ରାନ୍ତ ସଭାରେ ଫେଡେରେଶନର ସଭାପତି ପ୍ରଶାନ୍ତ ପାଇକରାୟ , ସମ୍ପାଦକ ଅନନ୍ତ ଶତପଥି ଓ ସୁଶାନ୍ତ ରାଉତ ,

ମନରଞ୍ଜନ ରାଉତରାୟ ପ୍ରମୁଖ ଉଦବୋଧନ ଦେଇ କହିଥିଲେ ଯେ’ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ “ମହାନ ଆତ୍ମା ବପୁଜୀଙ୍କ ଜନ୍ମଦିନ” “ମହାତ୍ମା” ଏହି ଶବ୍ଦ ହିଁ ନିଜର ଅର୍ଥକୁ ପ୍ରତିପାଦିତ କରୁଛି . ଯେଉଁ ବ୍ୟକ୍ତିଙ୍କ ପାଖରେ ଏହା ବ୍ୟବହାର ହୋଉଛି ସେ ସେ ପ୍ରକୃତରେ ଏହି ଆଖ୍ୟା ପାଇବାପାଇଁ ଯୋଗ୍ୟ . ସାରାଦେଶ ତା’ଙ୍କୁ ଆଜି ଜାତିରପିତା ତଥା ବାପୁଜୀ ସମ୍ବୋଧନ କରେ ସେ ହେଉଛନ୍ତି ମୋହନ ଦାସ କରମଚାନ୍ଦ ଗାନ୍ଧୀ ବା’ ମହାତ୍ମା ଗାନ୍ଧୀ . ଏହି ମହା ମାନବ ୧୮୬୯ ମସିହା ଅକ୍ଟୋବର ୨ ତାରିଖ ଗୁଜୁରାଟର ପୋରବନ୍ଦର ଠାରେ ଜନ୍ମ ଗ୍ରହଣ କରିଥିଲେ ଯାହାଙ୍କ ଜନ୍ମଦିନ କେବଳ ଭାରତ ନୁହେଁ ସାରା ବିଶ୍ୱରେ ରାଷ୍ଟ୍ରୀୟ ଦିବସ ରୂପେ ପାଳନ କରାଯାଏ . ପିତା କର୍ମଚାନ୍ଦ ଗାନ୍ଧୀ , ମାତା ପୁତୁଲି ବାଇ ଙ୍କ ପୁତ୍ର ମୋହନ ଦାସ କରମଚାନ୍ଦ ଗାନ୍ଧୀ ଙ୍କ ସତ୍ୟ ,

ଅହିଂସା , ନିଷ୍ଠା ,ସଚୋଟ ଓ ଶୃଙ୍ଖଳାର ମୂଲ୍ୟ ସବୁଠାରୁ ଅଧିକ ଥିଲା . ଏହାକୁ ସେ ନିଜ ଜୀବନର ବ୍ରତ ଭାବେ ଧାରଣ କରିବାସହ ସାରା ବିଶ୍ୱକୁ ଏହାର ମହତ୍ତ୍ଵ ବୁଝାଇ ଦେଇଥିଲେ . ଆଜିର ଏହି ଶୁଭ ଅବସରରେ ସମସ୍ତଙ୍କୁ ସତ୍ୟ ଓ ଅହିଂସା ମନ୍ତ୍ରର ଅନୁସରଣ କରି ରାଷ୍ଟ୍ର କଲ୍ୟାଣ ଓ ପ୍ରଗତି ନିମନ୍ତେ ସମର୍ପିତ ରହିବାପାଇଁ ସଂକଳ୍ପନେବା ସହ ଏକ ସ୍ଵଛ , ସମର୍ଥ , ସଶକ୍ତ ଓ ସମୃଦ୍ଧ ଭାରତ ନିର୍ମାଣ କରି ଗାନ୍ଧିଜୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ . ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବୁଲୁ ମହାନ୍ତି , ନିରୁ ସାହୁ , ରବୀନ୍ଦ୍ର ମହାକୁଡ଼ , ଶିବୁ ମହାପାତ୍ର , ଦିଲ୍ଲୀପ ଶତପଥୀ , ଦୀପକ ମହାକୁଡ଼ , ପ୍ରକାଶ ପାଟଶାଣୀ ସାମ୍ବାଦିକ ଇଫତେଖାର ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ . (ଜଟଣୀ ରୁ ଇଫତେଖାର ଅଲ୍ଲୀ)

Exit mobile version