ପାଞ୍ଚଗଡ଼ ବିଜେପି ମଣ୍ଡଳ ପକ୍ଷରୁ ତ୍ରୀରଙ୍ଗା ପଦଯାତ୍ରା

‘ଭାରତ ମାତା କି ଜୟ ଧ୍ୱନିରେ କମ୍ପିଲା, ରାଜସୁନାଖଳା 

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦେଶକ୍ରମେ ସାରା ଦେଶ ଓ ଓଡ଼ିଶାରେ ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଛି। ଏହି ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାମରେ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଚାଲିବ। ଲୋକମାନେ ନିଜ ନିଜ ଘରେ, ପ୍ରତ୍ୟେକ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ବ୍ୟବସାୟୀ ପ୍ରତିଷ୍ଠାନ ଓ ବ୍ୟାଙ୍କ ଗୁଡିକରେ ଦେଶର ଏକତା, ସହତି, ଅଖଣ୍ଡତା, ସମାନତା, ଦେଶର ସୁରକ୍ଷା ଓ ଭାତୃଭାବ ରକ୍ଷା ନିମନ୍ତେ ଜାତୀୟ ପତାକା ଉଡ଼ାଇ ଦେଶପ୍ରେମ ପ୍ରକଟ କରିବା ଏହାର ଲକ୍ଷ ଓ ଆଭିମୁଖ୍ୟ ଅଟେ ।

ବୋଲଗଡ଼ -ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବିଜୁଳି ଓ ଖୋର୍ଦ୍ଧା ଜିଲ୍ଲା ବିଜେପି ଉପସଭାପତି ବାସୁଦେବ ସାହୁଙ୍କ ମିଳିତ ଆବାହକତ୍ୱରେ ଗୁରୁବାର ବାଙ୍କୋଇ ପଞ୍ଚାଗଡ଼ ବିଜେପି ମଣ୍ଡଳ ତରଫରୁ ବିଶାଳ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l ସ୍ୱାଧୀନତା ଦିବସ ପାଳନ ଅବସରରେ ‘ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନକୁ ଅଧିକ ଜନlଭିମୁଖୀ ଓ ଉତ୍ସବମୁଖର କରିବା ଉଦ୍ଦେଶ୍ୟରେ ଆଜି ରାଜସୁନାଖଳା କଲେଜ ଛକ ଠାରୁ ଏକ ବିଶାଳ ବାଇକ ରାଲି ଓ ତ୍ରିରଙ୍ଗା ପଦଯାତ୍ରା ଗଣେଶ ବଜାର, ତ୍ରିନାଥ ବଜାର ଦେଇ ବିଜୁପଟ୍ଟନାୟ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିଥିଲା l

ପରେ ଏକ ସାଧାରଣ ସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବ୍ଲକ ପ୍ରତିନିଧି ରବୀନ୍ଦ୍ର କୁମାର ସୁବୁଦ୍ଧିଙ୍କ ସଭାପତିତ୍ୱ ତଥା ସଂଯୋଜନାରେ ଆୟୋଜିତ ହୋଇଯାଇଥିଲା ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି ଉପସଭାପତି ସୁଶାନ୍ତ ନାଥ, ବିଜେପି କର୍ମକର୍ତ୍ତl ମାନସ ମହାପାତ୍ର ନିକୁଞ୍ଜ ପଟ୍ଟନାୟକବୋଲଗଡ ବ୍ଲକ ବିଜେପି ମଣ୍ଡଳ ସଭାପତି ଦୀପନ ବିଶ୍ୱାଳ,ଅରୁଣ କୁମାର ରାଉତ, ବାଙ୍କୋଇ ମଣ୍ଡଳ ସଭାପତି ମିଥିନ ପାଇକରାୟଙ୍କ ସମେତ ୬ମଣ୍ଡଳ ସଭାପତି ଯୋଗଦେଇଥିଲେ l

ସମଗ୍ର କାର୍ଯ୍ୟକ୍ରମରେ ‘ଘରେ ଘରେ ତିରଙ୍ଗା’ ଅଭିଯାନକୁ ସଫଳ କରିବା ସହ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉତ୍ତୋଳନ କରି ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶପ୍ରେମର ଭାବନାକୁ ସୁଦୃଢ଼ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ବିଜେପି ଉପ ସଭାପତି ବାସୁଦେବ ସାହୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ୨ହଜାରରୁ ଉର୍ଦ୍ଧ ଜନସାଧାରଣ ଶତାଧିକ ମହିଳା, ଯୁବଗୋଷ୍ଠୀ, ସମାଜସେବୀ, ଶିକ୍ଷାବିତ ଓ ଦଳୀୟ କର୍ମୀ/କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ପରିଶେଷରେ ବୋଲଗଡ଼ ମଣ୍ଡଳ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

Exit mobile version