ଅପହରଣ ମାମଲାରେ ଜଣେ ମହିଳାଙ୍କୁ ପାରଳାଖେମୁଣ୍ଡିରୁ ଉଠାଇ ନେଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରୁ ଜଣେ ମହିଳାଙ୍କୁ ପଶ୍ଚିମ ବଙ୍ଗ ପୋଲିସର ଏକ ଟିମ ଅପହରଣ ଅପରାଧ ଅଭିଯୋଗରେ ଉଠେଇ ନେଇ ଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ପଶ୍ଚିମ ବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଜଣେ ନାବାଳିକା ୩୧ ଜୁଲାଇ ୨୦୨୬ ରେ ନିଖୋଜ୍ ହୋଇଯିବା ପରେ ଏନେଇ ହାବଡା ପୁଲିସ୍ ଥାନାରେ ଚଳିତ ମାସ ୧ ଅଗଷ୍ଟ ୨୦୨୬ ତାରିଖରେ ନାବାଳିକାଙ୍କ ପରିବାର ତରଫରୁ କେସ ରୁଜୁ ହୋଇଥିଲା ।

ଉକ୍ତ ଅଭିଯୋଗକୁ ଭିତ୍ତି କରି ହାବଡା ପୁଲିସ୍ ଥାନାରେ ୪୭୭/୨୬ ପ୍ରକାରେ ଅଣ୍ଡର ସେକ୍ସନ 137(2)/140(3)ବି ଏନ୍ ଏସ ଧାରା ୨୦୨୩ ରୁଜୁ କରାଯାଇ ଏକ ପୋଲିସ ଟିମ୍ ପାରଳା ଥାନାକୁ ଆସିଥିଲେ । ଏହି ଘଟଣାର ତଦନ୍ତ କରି ପାରଳାଖେମୁଣ୍ଡି ରୁ ଜଣେ ମହିଳାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗୁପ୍ତ ସୂତ୍ରରୁ ଶୁଣିବାକୁ ମିଳିଛି ଯେ ଉକ୍ତ ମହିଳା ଜଣକ ସେହି ନାବାଳିକାଙ୍କ ସହ Instagram ରେ ଚାର୍ଟିଂ କରୁଥିଲା ।

ପରେ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ବଢ଼ିବା ପରେ ମହିଳା ଜଣଙ୍କ ଉକ୍ତ ନାବାଳିକା ଙ୍କୁ ପଶ୍ଚିମ ବଙ୍ଗ ଯାଇ ପାରଳାଖେମୁଣ୍ଡି ନେଇ ଆସିଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କ ଉକ୍ତ ନାବାଳିକାଙ୍କ ସହ ଯାହା ସବୁକୁ କର୍ମ କରିଥିଲେ ତାହା ତଦନ୍ତରେ ରହିଛି । ଉକ୍ତ ମହିଳାଙ୍କ ବି ପୁର୍ବରୁ ବହୁ ଅପରାଧିକ ମାମଲା ଥିବା ବି ଶୁଣିବାକୁ ମିଳିଛି । ଏହି ଘଟଣା ପରେ ପଶ୍ଚିମ ବଙ୍ଗ ପୋଲିସ ଉକ୍ତ ମହିଳାଙ୍କ ଡାକ୍ତରୀ ମାଇନା କରିବା ପରେ ଅଧିକ ତଦନ୍ତ ପାଇଁ ପଶ୍ଚିମ ବଙ୍ଗ ନେଇ ଥିବା ସୁଚନା ରହିଛି ।

Exit mobile version