ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ, ନୂଆଗାଁ ରେ ବ୍ଲକ୍ ଶିକ୍ଷା ଅଧିକାରୀ ଡ. ଗିରିଜା ଶଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅପାର, ସି ଟି ଏସ୍, ଉଲ୍ଲାସ,ଏମ ଡି ଏମ ଆଦି ଉପରେ ବିସ୍ତୃତ ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଆଲୋଚନା କରିଥିଲେ ।

ଅପାର ଆଇଡ୍ ରେ ଶତ ପ୍ରତିଶତ ସଫଳ ଅର୍ଜନ କରିଥିବା ପ୍ରଧାନଶିକ୍ଷକ ଗତିକୃଷ୍ଣ ପ୍ରଧାନ, ସୂର୍ଯ୍ୟମଣି ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଦିଲ୍ଲୀପ କୁମାର ମଲ୍ଲିକ,ସୁଧୀର କୁମାର ପ୍ରଧାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ବ୍ଲକ୍ ଶିକ୍ଷା ଅଧିକାରୀ ଡ. ଗିରିଜା ଶଙ୍କର ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ । ଏହି ବୈଠକ ରେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ରଘୁନାଥ ମଲ୍ଲିକ, ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭୀମସେନ ସାହୁ, ସମସ୍ତ ସି ଆର ସି ସି,ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Exit mobile version