ବେଗୁନିଆରେ ଦେଶପ୍ରେମର ବାର୍ତ୍ତା ନେଇ ତ୍ରିରଙ୍ଗା ପଦଯାତ୍ରା

ଭାରତ ମାତା କି ଜୟ ଧ୍ୱନିରେ କମ୍ପିଲା ବେଗୁନିଆ 

ଖୋର୍ଦ୍ଧା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବେଗୁନିଆ ବିଜେପି ଦଳ ପକ୍ଷରୁ ଓ ରାଜ୍ୟ ବିଜେପି ଉପସଭାପତି ଯତୀନ ମହାନ୍ତିଙ୍କ ନେତୃତ୍ୱରେ ମଙ୍ଗଳବାର ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷକ ମୋର୍ଚ୍ଚା କୋଷଧ୍ୟକ୍ଷ ବିଶ୍ୱଜିତସ୍ୱାଇଁ, ରାଜ୍ୟ ଆଇଟି ସେଲ ଅଧ୍ୟକ୍ଷ ମାନସ କୁମାର ବେହେରା, ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦିକା ସୁମିତ୍ରା ବାହିନୀପତି, ଜିଲ୍ଲା ପୂର୍ବତନ ବିଜେପି ଉପସଭାପତି ରୁଦ୍ର ନାରାୟଣ ବାହିନୀପତି,

ବେଗୁନିଆ ଦକ୍ଷିଣ ପୂର୍ବତନ ବିଜେପି ସଭାପତି ଯଜ୍ଞ୍ଚେଶ୍ୱର ସୁନ୍ଦରା, ମଧ୍ୟ ବେଗୁନିଆ ପୂର୍ବତନ ସଭାପତି, ପଞ୍ଚାଗଡ଼ ପୂର୍ବତ୍ତନ ମଣ୍ଡଳ ସଭାପତି ସୌମ୍ୟ ରଞ୍ଜନ ବଳିୟାରସିଂହ, ବେଗୁନିଆ ଉତ୍ତର ପୂର୍ବତ୍ତନ ବିଜେପି ସଭାପତି ଅଜୟ ମାର୍ଥା, ଭଗବାନ ପଣ୍ଡା,ଚନ୍ଦ୍ରଭାନୁ ମହାପାତ୍ର, ବିଶ୍ୱନାଥ ରଣସିଂହ, ସାଧାରଣ ସମ୍ପାଦକ ସୁଦର୍ଶନ ମାଲ୍ଲିକ ପ୍ରମୁଖଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା, ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ ଓ ବହୁ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ ।

ଏକ ବିଶାଳ ତ୍ରିରଙ୍ଗା ପଦଯାତ୍ରାରେ ତ୍ରିରଙ୍ଗା ପତାକା ଧରି ଦେଶଭକ୍ତିର ନାରା ଦେଇ ବେଗୁନିଆ ବସ ଷ୍ଟାଣ୍ଡ ଠାରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରାଟି ବେଗୁନିଆ ବଜାର, ଥାନା ଛକ ଓ ବ୍ଲକ ଛକ ପରିକ୍ରମା କରି ଡାକବଙ୍ଗଳ ପରିସରରେ ପହଞ୍ଚିଥିଲା । ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇବା ସହ ସେମାନେ ଦେଖିଥିବା ସୁନାର ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ

ସମସ୍ତେ ସଂକଳ୍ପ ନେଵା ଓ ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଦେଶପ୍ରେମ, ଜାତୀୟ ଏକତା ଓ ଅଖଣ୍ଡତାର ବାର୍ତ୍ତା ପ୍ରସାର କରିବାକୁ ରାଜ୍ୟ ବିଜେପି ଉପସଭାପତି ଯତୀନ ମହାନ୍ତି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପୂର୍ବତନ ବିଜେପି ଉପସଭାପତି ରୁଦ୍ର ନାରାୟଣ ବାହିନୀପତି ଓ ବେଗୁନିଆ ମଧ୍ୟ ପୂର୍ବତନ ମଣ୍ଡଳ ସାଧାରଣ ସମ୍ପାଦକ ସୁଦର୍ଶନ ମାଲ୍ଲିକ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l

Exit mobile version