ରାଜସୁନାଖଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ

ରଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବିଭାଗ ନିର୍ଦେଶକ୍ରମେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୋମବାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧ୍ୟକ୍ଷ ଜଗଦୀଶ ଜେନାଙ୍କ ତ୍ବତ୍ୱାବଧାନରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଗୌରବ ମାଳି,

ରାଜସୁନାଖଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ମହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରଭାକର ଦାସ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଣୀ କଲ୍ୟାଣୀ ହଡା ନାୟକ,ସୁନିତା ପରିଡା, କଳ୍ପନା ସାହୁ,ସୁଶ୍ରୀତା ସ୍ୱାଇଁ ପ୍ରମୁଖ ୪୦ଜଣ ଗର୍ଭବତୀ ମହିଳାମାନଙ୍କୁ ପରୀକ୍ଷା ନିରୀକ୍ଷା ଜାରି ଉତ୍ତମ ଚିକିତ୍ସା ଯୋଗଦେଇଥିଲେ ! ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ।

ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଗର୍ଭବତୀ ମହିଳାମାନଙ୍କୁ ମାଗଣାରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଓ ଦେଶରେ ମାତୃ ଏବଂ ନବଜାତ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ! ସ୍ୱାସ୍ଥ୍ୟ ପରୀକ୍ଷା ପରେ ମାତୃ ଓ ଶିଶୁ ସୁରକ୍ଷା କାର୍ଡରେ ସ୍ୱତନ୍ତ୍ର ରଙ୍ଗର ଷ୍ଟିକର ଲଗାଯାଏ ପ୍ରତି ମାସର ୯ ତାରିଖରେ ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଏ !

ଯଦି ୯ ତାରିଖ କୌଣସି ସରକାରୀ ଛୁଟିଦିନ କିମ୍ବା ରବିବାର ହୋଇଥାଏ, ତେବେ ପରବର୍ତ୍ତୀ କାର୍ଯ୍ୟଦିବସରେ ଏହି ସେବା ମିଳିଥାଏ !ଗର୍ଭାବସ୍ଥାର ଦ୍ୱିତୀୟ ଏବଂ ତୃତୀୟ ତ୍ରିମାସିକରେ ଥିବା ଗର୍ଭବତୀ ମହିଳାମାନଙ୍କୁ ଏହି ସେବା ଯୋଗାଇ ଦିଆଯାଏ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଗୌରବ ମାଳି ସୂଚନା ପ୍ରଦାନ କରିଥିଲେ ! ଏହି କାର୍ଯ୍ୟକ୍ରମକୁ ମହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରଭାକର ଦାସପରିଚାଳନା କରିଥିଲେ !

Exit mobile version