ବାଙ୍କୋଇ – ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ଓ ଲୋକମାନଙ୍କ ଗମନାଗମନ ସୁବିଧା ପାଇଁ ଗ୍ରାମ୍ୟ ଉର୍ନୟନ ବିଭାଗ ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବୋଲଗଡ଼ ବ୍ଲକ ଅଞ୍ଚଳରେ ତାହା ବିଫଳ ଘଟିଅଛି ! ବାଙ୍କୋଇ -ପାଟବନ୍ଧ ଗ୍ରାମପର୍ଯ୍ୟନ୍ତ ୫କିମି ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ନୂତନ ଭାବେ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଆର୍ଥିକ ଅନୁଦାନ ଯୋଗାଇ ଦେଇଥିଲେ !

ବର୍ତ୍ତମାନ ଏହି ଗ୍ରାମ୍ୟ ଉର୍ନ୍ନୟନ ରାସ୍ତାରେ ପ୍ରତିଦିନ ଦିନରାତି ବହୁ ସଂଖ୍ୟାରେ ଭାରୀଯାନ ଗୁଡିକ ଯାତାୟାତ କରୁଥିବାରୁ ରାସ୍ତାରେ ୪ହଜାରରୁ ଉର୍ଦ୍ଧ ବଡ଼ ବଡ଼ ଖାଲମାନ ସୃଷ୍ଟି ହୋଇ ମରଣଯନ୍ତା  ପରିଣତ ହୋଇଅଛି ! ଏହି ବିପଦ ପୂର୍ଣ୍ଣ ରାସ୍ତାରେ ପ୍ରତିଦିନ ଶହଶହ ଛାତ୍ରଛାତ୍ରୀ, ବ୍ୟବସାୟୀ,

ଆମ୍ବୁଲାନ୍ସ ଗାଡି,ଜନସାଧାରଣ ଓ ଚାଷୀମାନେ ଅନ୍ଧାର ରାତିରେ ଯାତାୟାତ କରୁଥିଭାରୁ ଛୋଟ ଓ ବଡ଼ ଦୃଘଟଣାର ସମ୍ମୁଖୀନ ହେଉଅଛନ୍ତି l ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ପ୍ରମୁଖ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ବାଙ୍କୋଇ -ପାଟବନ୍ଧ ଗ୍ରାମ୍ୟ ଉର୍ନୟନ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦୃଢ଼ ଦାବୀ କରିଅଛନ୍ତି l

Exit mobile version