ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା

ଖୋର୍ଦ୍ଧା  (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-  ବୋଲଗଡ ଥାନା ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଣ୍ଡଳ ସିଂହ ଗ୍ରାମର ତ୍ରିନାଥ ସାହୁଙ୍କ ଏକ ମାତ୍ର ପୁତ୍ର ତଥା ପରମାନନ୍ଦ ମହାବିଦ୍ୟାଳୟର ଯୁକ୍ତ ୩ କଳା ବିଭାଗ ଦ୍ୱିତୀୟ ବର୍ଷର ଛାତ୍ର ସ୍ବର୍ଗତ ସନ୍ତୋଷ ସାହୁ ବିଷାକ୍ତ ସାପ କାମୁଡ଼ାରେ ମୁର୍ତ୍ୟୁ ବରଣ କରିଅଛନ୍ତି I ତାଙ୍କ ବିୟୋଗ ଯୋଗୁଁ ଫାସୀଓଦା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଓ ପରମାନନ୍ଦ ମହାବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇ ଅଛି I

ସମାଜ ସେବୀ ଲୋକନାଥ ବେହେରାଙ୍କ ସଭାପତିତ୍ୱରେ ଓ ପରିବାର ବର୍ଗଙ୍କ ଆବାହକତ୍ୱରେ ଏକ ସ୍ମୃତି ଚାରଣ ସଭା ମଣ୍ଡଳସିଂହ ଗ୍ରାମରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ,ବୀରକିଶୋର ସାହୁ,ଶିକ୍ଷକ ତ୍ରିନାଥ ଜେନା,ଜନ୍ମେଜୟ ମାଝୀ,ସୁରେଶନ ବେହେରା ସୁଧାଂଶୁ କୁମାର ରଣସିଂହ ଏବଂ

ତାଙ୍କ ସହପାଠୀମାନେ ପ୍ରମୁଖ ଯୋଗଦେଇ ସ୍ବର୍ଗତ ସନ୍ତୋଷ ସାହୁଙ୍କର ଗୁଣଗାନ କରି ତାଙ୍କର ଅମର ସଦ୍ଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରିଥିଲେ I ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ସ୍ବର୍ଗତ ଶ୍ରୀ ସାହୁଙ୍କ ପରିବାର ବର୍ଗଙ୍କୁ ଆକସ୍ମିକ ବୀମା ଯୋଜନାରେ ସରକାରୀ ଆର୍ଥିକ ସହାୟତା ଶୀଘ୍ର ଯୋଗାଇ ଦେବାକୁ ଫାସୀଓଦା ଗ୍ରାମ ପଞ୍ଚାୟତର ସରପଞ୍ଚ ପୁଷ୍ପ ଲତା ଭଟ୍ଟଓ ମଣ୍ଡଳ ସିଂହ ଗ୍ରାମ ବାସୀମାନେ ଅନୁରୋଧ କରିଅଛିନ୍ତି I

Exit mobile version