ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଲୋକସେବା ଭବନ ତା 4.1.2020 :- କ୍ରୀଡ଼ା କ୍ଷେତ୍ରରେ ୨୦୨୦ ସଫଳତାର ବର୍ଷ ହେବ । ଓଡ଼ିଶା ସରକାର କ୍ରୀଡ଼ାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ପାଇଁ କାମ କରୁଛନ୍ତି ସରକାର । ବର୍ତ୍ତମାନ ସମୟରେ କ୍ରୀଡ଼ା ପାଇଁ ଅଧିକ ସୁଯୋଗ ଓ ସମ୍ଭାବନା ରହିଛି । ତେଣୁ ଓଡ଼ିଶାରୁ ବହୁ ସଂଖ୍ୟାରେ ପ୍ରତିଭା ଚମ୍ପିଅନ୍ ହେବାର ଆଶା ଦେଖାଯାଉଛି । ଭାରତର ପୂର୍ବତନ କ୍ରିକେଟ କୋଚ୍ ଓ ଅଧିନାୟକ ଅନୀଲ କୁମ୍ବଲେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ‘ଓଡ଼ିଶା ନଲେଜ୍ ହବ୍ ବକୃତାମାଳା’ରେ କହିଛନ୍ତି । ଅନୀଲ କୁମ୍ବଲେ କହିଛନ୍ତି, କ୍ରୀଡ଼ାର ବିକାଶ ପାଇଁ ତୃଣମୂଳସ୍ତରରେ ଭିତ୍ତିଭୂମିକୁ ଦୃଢ଼ କରାଯିବାର ଆବଶ୍ୟକତା ରହିଛି । ଖେଳାଳି ଯେତେ ଅଧିକ ଖେଳିବେ ସେତିକି ଭଲ ପ୍ରଦର୍ଶନ କରିପାରିବେ । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପୂର୍ବାପେକ୍ଷା ଆଜିକାଲି ଭଲ କରୁଛି ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଏହି ରାଜ୍ୟରୁ ଅଧିକ ଖେଳାଳି ବିଭିନ୍ନ ଖେଳକୁ ଆସି ନିଜ ପ୍ରତିଭାର ପରିଚୟ ଦେବାର ସମ୍ଭାବନା ରହିଛି । ତେଣୁ ଅଲିମ୍ପିକ୍ସ ଉପରେ ଆମର ଫୋକସ ଅଧିକ ରହିବା ଜରୁରୀ ବୋଲି କୁମ୍ବଲେ କହିଛନ୍ତି ।
ଓଡିଶା ଏବେ କ୍ରୀଡ଼ାର ରାଜଧାନୀ ପାଲିଟିଛି, ଭବିଷ୍ୟତରେ ବହୁତ ଖେଳାଳି ବାହାରିବେ ଓଡିଶା ରୁ : ଅନୀଲ କୁମ୍ବଲେ

Related Content
ଆଗାମୀ ବାତ୍ୟାକୁ ନେଇ ସରକାରଙ୍କ ତତ୍ପରତା : ସମସ୍ତ କର୍ମଚାରୀ ଙ୍କ ଛୁଟି ବାତିଲ ସହ ମୁକାବିଲା ପାଇଁ ନିର୍ଦେଶ
by
Proprietor Abhimanyu Maharana
October 25, 2026
କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା
by
Proprietor Abhimanyu Maharana
October 25, 2026
ଭକ୍ତିମୟ ପଟୁଆରରେ ମା’ ଦୁର୍ଗାଙ୍କୁ ବିଦାୟ : ଶତାଧିକ ଭକ୍ତଙ୍କ ସମାଗମରେ ମା’ଙ୍କ ଭସାଣି
by
Proprietor Abhimanyu Maharana
October 25, 2026
ସମଗ୍ର କନ୍ଧମାଳ ଜିଲ୍ଲାରେ ୨୪ ତାରିଖ ଶନିବାର ୪ ଘଣ୍ଟା ବିଦ୍ୟୁତ୍ ସରବରାହ ବନ୍ଦ
by
Proprietor Abhimanyu Maharana
October 25, 2026
ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ : ବିଭାଗୀୟ ବିଜ୍ଞପ୍ତି ଜାରି
by
Proprietor Abhimanyu Maharana
October 25, 2026
ଶତାୟୁ ପାଲା କଳାକାର ଚକ୍ରଧର ମୁଦୁଲିଙ୍କ ସ୍ମୃତି ସଭା
by
Proprietor Abhimanyu Maharana
October 24, 2026