ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଲୋକସେବା ଭବନ ତା 4.1.2020 :- କ୍ରୀଡ଼ା କ୍ଷେତ୍ରରେ ୨୦୨୦ ସଫଳତାର ବର୍ଷ ହେବ । ଓଡ଼ିଶା ସରକାର କ୍ରୀଡ଼ାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ପାଇଁ କାମ କରୁଛନ୍ତି ସରକାର । ବର୍ତ୍ତମାନ ସମୟରେ କ୍ରୀଡ଼ା ପାଇଁ ଅଧିକ ସୁଯୋଗ ଓ ସମ୍ଭାବନା ରହିଛି । ତେଣୁ ଓଡ଼ିଶାରୁ ବହୁ ସଂଖ୍ୟାରେ ପ୍ରତିଭା ଚମ୍ପିଅନ୍ ହେବାର ଆଶା ଦେଖାଯାଉଛି । ଭାରତର ପୂର୍ବତନ କ୍ରିକେଟ କୋଚ୍ ଓ ଅଧିନାୟକ ଅନୀଲ କୁମ୍ବଲେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ‘ଓଡ଼ିଶା ନଲେଜ୍ ହବ୍ ବକୃତାମାଳା’ରେ କହିଛନ୍ତି । ଅନୀଲ କୁମ୍ବଲେ କହିଛନ୍ତି, କ୍ରୀଡ଼ାର ବିକାଶ ପାଇଁ ତୃଣମୂଳସ୍ତରରେ ଭିତ୍ତିଭୂମିକୁ ଦୃଢ଼ କରାଯିବାର ଆବଶ୍ୟକତା ରହିଛି । ଖେଳାଳି ଯେତେ ଅଧିକ ଖେଳିବେ ସେତିକି ଭଲ ପ୍ରଦର୍ଶନ କରିପାରିବେ । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପୂର୍ବାପେକ୍ଷା ଆଜିକାଲି ଭଲ କରୁଛି ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଏହି ରାଜ୍ୟରୁ ଅଧିକ ଖେଳାଳି ବିଭିନ୍ନ ଖେଳକୁ ଆସି ନିଜ ପ୍ରତିଭାର ପରିଚୟ ଦେବାର ସମ୍ଭାବନା ରହିଛି । ତେଣୁ ଅଲିମ୍ପିକ୍ସ ଉପରେ ଆମର ଫୋକସ ଅଧିକ ରହିବା ଜରୁରୀ ବୋଲି କୁମ୍ବଲେ କହିଛନ୍ତି ।
ଓଡିଶା ଏବେ କ୍ରୀଡ଼ାର ରାଜଧାନୀ ପାଲିଟିଛି, ଭବିଷ୍ୟତରେ ବହୁତ ଖେଳାଳି ବାହାରିବେ ଓଡିଶା ରୁ : ଅନୀଲ କୁମ୍ବଲେ

Related Content
XIM University, Bhubaneswar celebrates its 10th Undergraduate Convocation with elegance and pride!
by
Proprietor Abhimanyu Maharana
April 24, 2026
ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ
by
Proprietor Abhimanyu Maharana
April 23, 2026
Vigilance Day against Child Marriage on the Occasion of Akshaya Tritiya
by
Proprietor Abhimanyu Maharana
April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ
by
Proprietor Abhimanyu Maharana
April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ
by
Proprietor Abhimanyu Maharana
April 23, 2026
ଏପ୍ରିଲ ୨୬ ରେ ୧୭ତମ ଅଲଇଣ୍ଡିଆ ନୀଳାଚଳ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ
by
Proprietor Abhimanyu Maharana
April 23, 2026