ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଏକ ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ପୋଲିସ କୁହୁଡି ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ରେ ଚଢ଼ାଉ କରି ୬ ଜଣ ଗଞ୍ଜେଇ ମାଫିଆ ଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ, ଏହା ସହ ୩୨ କେଜି ଗଞ୍ଜେଇ, ବୋଲେରୋ ସହ ଗୋଟିଏ  ଦାମୀ କାର ଓ  ମୋବାଇଲ ଫୋନ ଜବତ କରିଛି ଟାଙ୍ଗୀ ପୋଲିସ, ଏନେଇ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପରିସରରେ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ଟାଙ୍ଗୀ ଥାନା ଆଇ ଆଇ ସି ରବିନ୍ଦ୍ର କୁମାର ଭୁଜବଳ,

ଛକା ପଞ୍ଜା ଭିତରେ ଟାଙ୍ଗୀ ପୋଲିସ କୁହୁଡି ଫାଣ୍ଡି ନିକଟରେ ଗଞ୍ଜେଇ ଭର୍ତ୍ତି କୁ ଗାଡିକୁ କାବୁ କରିବାରେ ହୋଇଥିଲା ସଫଳ, ଗାଡି ଦୁଇଟି କୁ ତନଖି  କରିବା ପରେ ଡାକ୍ତର ଲୋଗୋ ଥିବା ଗାଡି ରୁ ୩୨ କେଜି ଗଞ୍ଜେଇ ଜବତ କରିଛି ଟାଙ୍ଗୀ, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ ରେ ଏସକ୍ଟ ଦେଉଥିବା ବୋଲେରୋ ସହ ୬ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ । ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳ ର  ଵାପିନା ମଲିକ ୨୩ ବର୍ଷ,

ଦୀପକ ମଳିକ ୨୦  ବର୍ଷ, ପରୀକ୍ଷିତ ମଲିକ ୨୫ ବର୍ଷ, ସଂଜୀବ କୁମାର ମଲିକ ୩୯  ବର୍ଷ,ଜୟରାମ ପ୍ରଧାନ ୨୫  ବର୍ଷ  ଓ ସଦାନନ୍ଦ ମଲିକ ୨୭  ବର୍ଷ ବୋଲି ଜଣା ପଡିଛି, ଏହି ଚଢ଼ାଉ ରେ ଆଇ ଆଇ ସି ରବିନ୍ଦ୍ର କୁମାର ଭୁଜବଳ ଙ୍କ ସମେତ ASI ତପନ କୁମାର ନାୟକ, ବସନ୍ତ  କୁମାର ବେହେରା, ସୂର୍ଯକାନ୍ତ ମହାପାତ୍ର, ଅରୁଣ କୁମାର ବାରିକ,, ପ୍ରଭଞ୍ଜନ ବେହେରା  ପ୍ରମୁଖ ସାମିଲ ହୋଇଥିଲେ, ଜବତ ଗଞ୍ଜେଇ  ଗୁଡିକ ଟାଙ୍ଗୀ ତହସିଲ ଦାର ସନାତନ ମଳିକଙ୍କ  ଉପସ୍ଥିତ ରେ ଓଜନ କରାଯାଉ ଜବତ କରାଯାଇଛି,ଏହା ସହ ପୋଲିସ ତଦନ୍ତ ଜାରୀ ରଖିଛି ।

Exit mobile version