ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଦୈନିକ ସମ୍ବାଦପତ୍ର ସମୀକ୍ଷା ର ବାର୍ଷିକ ଉତ୍ସବ ଅବସରରେ ଆଜି ପୂର୍ବାହ୍ନ ରେ ରାଜ୍ୟ ସୂଚନା ଭବନ ଠାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବ ରେ ବାଲିପାଟଣା ପ୍ରେସ କ୍ଲବ କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ସମ୍ପାଦକ ଡ୍ ମହେଶ୍ୱରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଡ୍ ଜଗଦାନନ୍ଦ ଓ ଅନ୍ୟାନ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ,

କଳିଙ୍ଗ ମିଡିଆ ସର୍ଭିସେସ ର ସଭାପତି ଗୋକୁଳାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରେସ କ୍ଲବ ତରଫରୁ ସଭାପତି ଦିଲ୍ଲୀପ କୁମାର ଓଝା,ସମ୍ପାଦକ ସୁରେଶ ସ୍ୱାଇଁ,ସଭ୍ୟ ଅଭିମନ୍ୟୁ ନାୟକ,ଅରୁଣ ଶତପଥୀ ପ୍ରମୁଖ ଉପସ୍ଥିତ ରହି ମାନପତ୍ର ଓ ଉତ୍ତରୀୟ ଗ୍ରହଣ କରିଥିଲେ । ପ୍ରେସ କ୍ଲବ ତରଫରୁ ସମୀକ୍ଷା ଅନୁଷ୍ଠାନ ର କର୍ମକର୍ତ୍ତା ମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Exit mobile version