ନୂଆ ହୋଣ୍ଡା ଜେଡ୍‌ଆର୍-ଭିର ବଜାର ପ୍ରବେଶ

????????????????????????????????????

ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ହୋଣ୍ଡା କାର୍‌ସ ଇଣ୍ଡିଆ ପ୍ରାଇଭେଟ ଲିମିଟେତର ପ୍ରମୁଖ ଡିଲରଶିପ ସେଣ୍ଟ୍ରାଲ ହୋଣ୍ଡାଠାରେ ନୂଆ ପ୍ରିମିୟମ ହାଇବ୍ରିତ ଏସ୍ୟୁଭି ହୋଣ୍ଡା ଜେଡ୍‌ଆର୍-ଭିର ବଜାର ପ୍ରବେଶ କରାଯାଇଛି। ହୋଣ୍ଡାର ପ୍ରିମିୟମ ଇଞ୍ଜିନିୟରିଂ, ଡ୍ରାଇଙ୍ଗି ଆରାମ, ନିରାପତ୍ତା, ଅତ୍ୟାଧୁନିକ ହାଇବ୍ରିଡ ଟେକ୍ନୋଲୋଜିକୁ ପସନ୍ଦ କରୁଥିବା ଗ୍ରାହକଙ୍କୁ ନଜରରେ ରଖି ଏହି ଯାନଟିକୁ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଛି ।

ଏସ୍‌ବିଆଇର ଡିଜିଏମ୍ (ବିଜନେସ ମୁଖ୍ୟ ଓ ଅପରେସନ) ଭି.ସତ୍ୟନାରାୟଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯାନଟିକୁ ଉନ୍ମୋଚନ କରିଥିଲେ। ଏଥିରେ ଗ୍ରାହକ ୨.୦ ଲିଟରର ହାଇବ୍ରିତ ଇଞ୍ଜିନ, ଆକର୍ଷଣୀୟ ଇଣ୍ଟେରିୟର, ପାଓ୍ବାର ସିଟ୍, କିଭିଭିକ ମେମୋରୀ, ୧୨ ୱିକର ବୋସ୍ ପ୍ରିମିୟମ ସାରଣ୍ଡ, ୯ ଇଞ୍ଚ ଡିସ୍ପ୍ରେ, ୱେୟାରଲେସ୍ କାରପେ,

ଫୁଲ୍ ଏଲ୍‌ଇଡି ୧୨ ଇଞ୍ଚ ଟିଏଫୁଟି କୃଷ୍ଟର, ପାଓ୍ବାର ଟେଲ୍‌ଗେଟ୍, ଜେକ୍ଟର କଣ୍ଟ୍ରୋଲ ଭଳି ଅନ୍ୟ ପ୍ରମୁଖ ଆକର୍ଷଣୀୟ ଫିଚର ରହିଛି । ଏହି ଅବସରରେ ନିର୍ଦ୍ଦେଶକ ଆଦର୍ଶ ଧାନ, ବିକ୍ରି ମୁଖ୍ୟ ସୁଶାନ୍ତ କୁମାର ଲେଙ୍କା, ଆସିଷ୍ଟାଣ୍ଟ ସେଇସ ମ୍ୟାନେଜର ଅମଜାଦ ଖାନ, ମିଲନ ଦାସ ମହାପାତ୍ର, ଗୌତମ ଚରଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version