ବିକଶିତ ଭାରତ ଯୁବା ସଂଯୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ  (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-  ଯୁବବର୍ଗ ଆଗାମୀ କାଲି ର ଭାରତ ବର୍ଷ ର ଭବିଷ୍ୟତ।ସେମାନଙ୍କ ମଧ୍ୟରେ ଅଜସ୍ର ପ୍ରତିଭା ଭରି ରହିଛି।ଏହାର ଉନ୍ମେଷ ଆମ ଦେଶକୁ ଏକ ଶ୍ରେଷ୍ଠ ଭାରତରେ ପରିଣତ କରିପାରିବ ବୋଲି ବକ୍ତା ମାନେ କହିଛନ୍ତି।ଆଜି ପୂର୍ବାହ୍ନରେ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ବା ଏନଏସଏସ ପକ୍ଷରୁ ବିକଶିତ ଭାରତ ଯୁବା ସଂଯୁକ୍ତ ବା ଯୁବା କନେକ୍ଟ କାର୍ଯ୍ୟକ୍ରମ ଆଧାର ରେ ନଶା ମୁକ୍ତ ଯୁବା ଫର ବିକଶିତ ଭାରତ ବା ବିକଶିତ ଭାରତ ପାଇଁ ନିଶା ମୁକ୍ତ ଯୁବବର୍ଗ ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଚିତ୍ତ ରଞ୍ଜନ ଦ୍ବିବେଦୀ ଅଧ୍ୟକ୍ଷତା କରିବା ସହ ଆମ ଯୁବବର୍ଗ ର ଉପଯୁକ୍ତ ମାର୍ଗଦର୍ଶନ ଓ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି ଦ୍ବାରା ଏକ ସମୃଦ୍ଧ ଭାରତ ଗଠନ ସହଜ ଓ ସଫଳ ହୋଇ ପାରିବ ବୋଲି କହିଥିଲେ।ଏନଏସଏସ ର ଆଞ୍ଚଳିକ ନିର୍ଦ୍ଦେଶକ ଅଜିତ ଖୁସୱ୍ବା,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ପ୍ରତ୍ୟେକ ଯୁବକ ଯୁବତୀ ଭାରତ ପାଇଁ ଜଣେ ଜଣେ ସମ୍ବଳ।ସେମାନଙ୍କୁ ଉପଯୁକ୍ତ ଭାବେ ଗଢି ତୋଳିବା,.

ନିଶା ଠାରୁ ଦୂରେଇ ରଖିବା, ନିଶା ର କୁ ପ୍ରଭାବ ସମ୍ପର୍କରେ ଅବଗତ କରାଇବା ଓ ଦେଶ ପାଇଁ ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ। ୟୁଥ ଆଇକନ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ସ୍ବୟଂ ପ୍ରଜ୍ଞା ସାମନ୍ତରାୟ ଦେଶର ଯୁବବର୍ଗ ସହ ସଂସଦରେ ତାଙ୍କ ବକ୍ତବ୍ୟ,ଉପଲବ୍ଧି, ଯୁବବର୍ଗ ର କର୍ତ୍ତବ୍ୟ ଓ ଦାୟିତ୍ୱ ଏବଂ ସାମାଜିକ ସେବା ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ନିଶା ମୁକ୍ତି ସଚେତନତା ଭିଡିଓ ପ୍ରଦର୍ଶନ ସହ ନିଶା ମୁକ୍ତି ଓ ମାଇଁ ଭାରତ ଶପଥ ପାଠ କରାଯାଇଥିଲା।ପ୍ରାରମ୍ଭରେ ଏନଏସଏସ ର ଜିଲ୍ଲା ନୋଡାଲ ଅଧିକାରୀ ଗୋଲକ ବିହାରୀ ପଲେଇ ସମସ୍ତଙ୍କୁ ସ୍ବାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଶେଷରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ଏନଏସଏସ ର ପ୍ରୋଗ୍ରାମ ଅଫିସର ଡଃ ପନିସା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ପ୍ରାରମ୍ଭ ରେ ବନ୍ଦେ ମାତରମ ସଂଗୀତ ସହ ଏନଏସଏସ ର ଥିମ ସଂଗୀତ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମ କୁ ଅଭିଶିଖା,ଆଦିତ୍ୟ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ରେ ଏସସିଏସ ମହାବିଦ୍ୟାଳୟର ଦିନେଶ,ଶଶିକାନ୍ତ, ସବ୍ୟସାଚୀ, ସୁଦେଷ୍ଣା ଆଦି ଙ୍କସହ ଅନ୍ୟାନ୍ୟ ମହାବିଦ୍ୟାଳୟ ର ଏନଏସଏସ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।

Exit mobile version