ମାଲାବାର ପକ୍ଷରୁ ବ୍ରାଣ୍ଡେଡ୍ ଗହଣା ପ୍ରଦର୍ଶନୀ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଟ୍‌ସ ପକ୍ଷରୁ ସ୍ଥାନୀୟ ଶହୀଦ ନଗର ସୋରୁ ମ ପରିସରରେ ବ୍ରାଣ୍ଡେଡ୍ ଗହଣା ପ୍ରଦର୍ଶନୀ ଶୁଭାରମ୍ଭ ହୋଇଛି । ଅଭିନେତ୍ରୀ ଅଙ୍କିତା ଦାସ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ । ଏହା ଚଳିତ ମାସ ୧୬ ଯାଏ ଚାଲିବ । ଏଥିରେ ସୁନା, ଅନ୍‌କଟ ହୀରା,

ମୂଲ୍ୟବାନ ରତ୍ନପଥର ଗହଣା ଏବଂ ମାଇନ ଡାଏମଣ୍ଡ, ରୁବି, ଏମରଲ୍ୟାଣ୍ଡ, ଏଥେନିକ୍ସ ଏବଂ ଡିଭାଇନ ଜୁଏଲେରୀ କିଣିବାର ସୁଯୋଗ ପାଇବେ ଗ୍ରାହକ । ଏହି ଗହଣା ଗୁଡିକରେ ଅତୁଳନୀୟ କାରିଗରୀ ଏବଂ ସୌନ୍ଦର୍ଯ୍ୟତାର ସମ୍ମିଶ୍ରଣ ରହିଛି । ଭାରତୀୟ ଡିଜାଇନ କଳା ଓ କୌଶଳ ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି

କମ୍ପାନି କହିଛି । ଏଠାରେ ମାଲାବାରର ସ୍ଵତନ୍ତ୍ର ବ୍ରାଣ୍ଡ୍ ଯଥା- ଏରା, ପ୍ରିସିଆ ଏବଂ ମାଇନର ପ୍ରଦର୍ଶନୀ ହେଉଛି । ଏହି ଅବସରରେ ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍ସର ପରିଚାଳନା ଟିମ୍ ଉପସ୍ଥିତ ଥିଲେ । ୧୯୯୩ରେ ସ୍ଥାପିତ ଏହି କମ୍ପାନି ୯.୪୧ ବିଲିୟନ ଡଲାରର କାରବାର ସହ ବର୍ତ୍ତମାନ ବିଶ୍ଵର ୫ମ ବୃହତ ଗହଣା ବ୍ରାଣ୍ଡ୍ ।

୧୪ ଦେଶରେ ଏହା ୪୪୫ ରିଟେଲ ସୋରୁମ ଏହା ପରିଚାଳନା କରୁଛି । କମ୍ପାନି ସିଏର ଅଧନରେ ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ, କ୍ଷୁଧାମୁକ୍ତି, ପରିବେଶ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ କାମ କରୁଛି । ଗୋଷ୍ଠୀ ବିକାଶ ଦିଗରେ ଲାଭର ୫%କୁ ବିନିଯୋଗ କରିବା ଦିଗରେ ଗ୍ରୁପ ଧ୍ୟାନ କେନ୍ଦ୍ରିତ କରିଥିବା କହିଛି ।

Exit mobile version