~ ଶିଳ୍ପାଞ୍ଚଳ ଐତିହ୍ୟ ମାଧ୍ୟମରେ ରିଅଲ୍ ଇଷ୍ଟେଟ୍ରେ ବିଶ୍ୱାସ ଗଠନ
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଓଡ଼ିଶାର ଅର୍ଥନୈତିକ ଏବଂ ସହରୀ ଅଭିବୃଦ୍ଧି ପ୍ରତି ନିଜର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ସୁଦୃଢ଼ କରି ଝାରସୁଗୁଡ଼ାରୁ ଆରମ୍ଭ ହୋଇ ଭୁବନେଶ୍ୱରରେ ମୁଖ୍ୟାଳୟ ଥିବା ଓଡ଼ିଶାର ଅନ୍ୟତମ ପ୍ରମୁଖ ବିବିଧ ଶିଳ୍ପ ସଂସ୍ଥା ଓରାୟମ୍ ଗ୍ରୁପ୍ ଆଜି ନିଜର ସମର୍ପିତ ରିଅଲ୍ ଇଷ୍ଟେଟ୍ ଶାଖା ‘ ଓରାୟମ୍ ରିଅଲଟିର ଶୁଭାରମ୍ଭ ଘୋଷଣା କରିଛି । ଏହା ପ୍ରଥମେ ଭୁବନେଶ୍ୱର ଓ ରାଜ୍ୟର ଅନ୍ୟାନ୍ୟ ଉଦୀୟମାନ ବିକାଶ କରିଡରଗୁଡ଼ିକରେ ପ୍ରିମିୟମ୍ ଆବାସିକ, ଖୁଚୁରା, ବ୍ୟବସାୟିକ, ଆତିଥେୟତା ଓ ମିଶ୍ରିତ ବ୍ୟବହାର ପ୍ରକଳ୍ପଗୁଡ଼ିକର ବିକାଶ କରିବ ।
