ନାଚୁଣୀ ମହାବିଦ୍ୟାଳୟ ର ୪୬ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ

ନାଚୁଣୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନାଚୁଣୀ ମହାବିଦ୍ୟାଳୟ ର ୪୬ ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ସୁନୀଲ କୁମାର ପଟ୍ଟନାୟକ ଙ୍କ ପୈ।ରୋହିତ୍ୟ ରେ ଅନୁଷ୍ଠିତ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ପ୍ରାକ୍ତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ମୁଖ୍ୟ ବକ୍ତା ଭାବେ ପରିଚାଳନା କମିଟି ର ସଭାପତି ତଥା ଖୋର୍ଦ୍ଧା ଉପଜିଲ୍ଲାପାଳ ସଙ୍କଳ୍ପ ସ୍ଵସ୍ତିକ ସାହୁ, ସମ୍ମାନିତ ଅତିଥି ଭାବେ ନାଚୁଣୀ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ମହାସଂଘ ର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ସାମନ୍ତସିଂହାର,

ଚିଲିକା ବ୍ଲକ ର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତ୍ସ୍ନା ବେହେରା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଅଧ୍ୟୟନ ଶୀଳ ହେବା ସହ ଆଗାମୀ ଭବିଷ୍ୟତ ରେ ବଳିଷ୍ଠ ବ୍ୟକ୍ତିତ୍ବ ସମ୍ପନ୍ନ ନାଗରିକ ହେବା ଉପରେ ଉଦ୍ ଵୋଧନ ଦେଇଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଶ୍ରୀ ଜଗନ୍ନାଥ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଅଜିତ୍ ମିଶ୍ର ଙ୍କ ନିର୍ଦ୍ଦେଶନାରେ ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରାଯାଇଥିଲା। ଅଧ୍ୟାପିକା ଲୀନା ନଦିଜା ମଞ୍ଚ ସନ୍ ଯୋଜନା କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ପ୍ରାକ୍ତନ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଡଃ ରାଜକିଶୋର ସାହୁ ,

ଅଧ୍ୟାପିକା କଲ୍ୟାଣୀ ମହାନ୍ତି, ପ୍ରଫେସର ସଙ୍ଘମିତ୍ରା ପଟ୍ଟନାୟକ, ଡଃ କବିତା ଦେଵୀ, ପ୍ରଫେସର ପ୍ରକ୍ରୃତି ରଞ୍ଜନ ମିଶ୍ର, ବସନ୍ତ କୁମାର ପ୍ରଧାନ, ରଜନୀ କାନ୍ତ ପ୍ରଧାନ, ଅଧ୍ୟାପକ ସଙ୍ଗ୍ରାମ କେଶରୀ ହରିଚନ୍ଦନ,ପ୍ରଦୀପ କୁମାର ସାମନ୍ତସିଂହାର, ପୀତାମ୍ବର ଶତପଥୀ, ଦେବେନ୍ଦ୍ରନାଥ ମହାରଥୀ, ରମେଶଚନ୍ଦ୍ର ଦାଶ, ରାମଚନ୍ଦ୍ର ବାରିକ ପ୍ରମୁଖ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ବିଶେଷ ଅନିବାର୍ଯ୍ୟ କାରଣ ବଶତଃ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପ୍ରୃଥ୍ଵୀରାଜ ହରିଚନ୍ଦନ ଓ ସାଂସଦ ସମ୍ବିତ ପାତ୍ର ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିଲେ ହେଁ ଯୋଗ ଦେଇ ପାରି ନ ଥିଲେ । ପରିଶେଷରେ ଅଧ୍ୟାପିକା ଟି ମଞ୍ଜୁ ଲତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବ ରେ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Exit mobile version