ଟାଙ୍ଗିସାହି ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ

ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବୋଲଗଡ ବ୍ଲକ୍ ଅନ୍ତର୍ଗତ ଟାଙ୍ଗିସାହି ସ୍ଥିତ ରଘୁନାଥ ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୋଲଗଡ ବରିଷ୍ଠ ନାଗରିକ ମଞ୍ଚ ତଥା ବୋଲଗଡ ପୂଜ୍ୟପୂଜା ସଂସଦ ତରଫରୁ ବିଭିନ୍ନ ପ୍ରକାରର ଫଳ ଗଛ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉଭୟ ସଂଗଠନର ସଭାପତି ଗୋପୀନାଥ ଖାଡ଼ଙ୍ଗା,ସମ୍ପାଦକ ରଘୁନାଥ ଦଳବେହେରା,

ଡଃ. ଗୀତାଞ୍ଜଳି ମହାପାତ୍ର, କବି ଡଃ.ଲୁଣ୍ଡୁ ତ୍ରିପାଠୀ, କବି ଭକ୍ତ ବଲ୍ଲଭ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ପାଇକରାୟ, କବୟତ୍ରୀ ସରୋଜିନୀ ପାଟ୍ଟଶାଣୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ, ଶିକ୍ଷକ ପ୍ରିୟ ଦେବାଶିଷ ସାମଲ, ଶିକ୍ଷୟତ୍ରୀ ସ୍ନେହଲତା ବାରିକ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଅତିଥି ମାନେ ବୃକ୍ଷ ଲତା ର ଆବଶ୍ୟକତା,ଜଳବାୟୁ ଓ ପରିବେଶ ସମ୍ପର୍କରେ ଆଲୋକପାତ କରିଥିଲେ । 

Exit mobile version